ଅମୂଲ୍ୟ ପ୍ରଧାନ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିଯୁକ୍ତ

ଅମୂଲ୍ୟ ପ୍ରଧାନ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିଯୁକ୍ତ

ଅମୂଲ୍ୟ ପ୍ରଧାନ ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିଯୁକ୍ତ ।  ପୂର୍ବତନ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ପରେ ଉପସଭାପତି ହୋଇଛନ୍ତି ଅମୂଲ୍ୟ ।  ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ ଗିରଫ ହେବା ପରେ ଅମୂଲ୍ୟଙ୍କୁ ମିଳିଛି ଉପସଭାପତି ଗୁରୁଦାୟିତ୍ବ ।  ଓଇଏସ୍ ଅମୂଲ୍ୟ ପ୍ରଧାନଙ୍କୁ ସମ୍ବଲପୁର ଆରଡିଇ କାର୍ଯ୍ୟାଳୟରୁ କଟକ ମାଧ୍ୟମିକ ଶିକ୍ଷା ପରିଷଦକୁ ବଦଳି କରାଯାଇଛି ଓ ବୋର୍ଡ ଉପସଭାପତି ଭାବେ ନୂଆ ନିଯୁକ୍ତି ମିଳିଛି । ସେହିପରି ନୂଆ ଡେପୁଟି କଣ୍ଟ୍ରୋଲର ଭାବେ ନିଯୁକ୍ତି ପାଇଛନ୍ତି ଚକ୍ରଧର ବେହେରା ।  ନରରଙ୍ଗପୁର ଏଡିଇଓ କାର୍ଯ୍ୟାଳୟରେ ଚକ୍ରଧର ନିଯୁକ୍ତି ଥିବା ବେଳେ ତାଙ୍କୁ କଟକ ମାଧ୍ୟମିକ ଶିକ୍ଷା ପରିଷଦକୁ ବଦଳି କରାଯାଇଛି ।  ବୋର୍ଡର ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ବର୍ତ୍ତମାନ ସେ ଡେପୁଟି କଣ୍ଟ୍ରୋଲର ଦାୟିତ୍ବ ତୁଲାଇବେ ।  ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।