ନିର୍ମଳାଙ୍କ ମୁଣ୍ଡରେ ଅମୃତ କଳସ

ସହିଦ ମା’ର ପଦ ସ୍ପର୍ଶ କଲେ ଅର୍ଥମନ୍ତ୍ରୀ !

କଳସ ମୁଣ୍ଡାଇ ଗାଁ ବୁଲିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆପଣ ଭାବୁଥିବେ ଏହା କଣ ସତ ହୋଇପାରେ । ହଁ ଆଜ୍ଞା ଏହା ସଂପୂର୍ଣ୍ଣ ସତ୍ୟ । ଏହା କେଉଁ ବିଦେଶରେ ନୁହେଁ ବରଂ ଏହା ଆମ ଓଡ଼ିଶାରେ ଦେଖିବାକୁ ମିଳିଛି । ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଆଜି ମୁଣ୍ଡରେ କଳସ ଧରି ଗାଁ ଦାଣ୍ଡରେ ଚାଲୁଥିବାର ଦ୍ରୁଶ୍ଯ ଦେଖିବାକୁ ମିଳିଛି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କି ଏହି କଳସ ପୁଣି କଣ । ତେବେ କହି ରଖୁ ଏହି କଳସ ହେଉଛି ଅମୃତ କଳସ, ଯେଉଁ କଳସରେ ସହିଦଙ୍କ ଗାଁର ପବିତ୍ର ମାଟି ସଂଗ୍ରହ କରୁଛନ୍ତି ଅର୍ଥମନ୍ତ୍ରୀ ।

ତେବେ ପୁରୀ ବୀର ହରେକୃଷ୍ଣପୁରରେ ଦେଖିବାକୁ ମିଳିଥିଲା ଏହି ଦୃଶ୍ୟ । ମୁଣ୍ଡରେ ଅମୃତ କଳସ ଧରି ସହିଦଙ୍କ ଗାଁର ପବିତ୍ର ମାଟି ସଂଗ୍ରହ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ଆଜି ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ନିର୍ମଳା ସୀତାରମଣ । ପୁରୀ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ମେରୀ ମାଟି ମେରା ଦେଶ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିବ ବେଳେ ବୃକ୍ଷରୋପଣ କରିବା ସହ ଆୟୋଜିତ ଏକ ସଭାରେ ୧୨ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ସମ୍ମାନିତ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ତେବେ ଅର୍ଥମନ୍ତ୍ରୀଙ୍କୁ ବହୁ ଆଡମ୍ବରରେ ପାଛୋଟି ନେଇଥିଲେ ସ୍ଥାନୀୟ କର୍ମୀ ଏବଂ ଲୋକମାନେ ।