କାଲି ଓଡ଼ିଶା ଆସୁଛନ୍ତି ଅମିତ୍ ଶାହ

କଟକରେ ଶାହ କରିବେ ରୋଡ ଶୋ’

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ ଗୋଟାଏ ୩୦ ମିନିଟରେ ସୋରଡ଼ାରେ ପହଞ୍ଚିବେ। ଦଳୀୟ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ। ପରେ ଅପରାହ୍ନ ୩ଟା ୩୦ ମିନିଟରେ ବୌଦ୍ଧରେ ପହଞ୍ଚି ଦଳୀୟ ସମାବେଶରେ ଯୋଗଦେବେ। ସେଠାରୁ ଫେରି ସନ୍ଧ୍ୟା ୫ଟା ୩୦ ମିନିଟରେ କଟକ ରୋଡ ସୋରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି ସୂତ୍ରରୁ ସୂଚନା ରହିଛି। କଟକରେ ଶୋଭାଯାତ୍ରା ଅପରାହ୍ନ ୪ଟାରୁ ଗୋପବନ୍ଧୁ ବାଗଠାରୁ ଆରମ୍ଭ ହୋଇ ବକ୍ସିବଜାର, ତିନିକୋଣିଆ ବଗିଚା, ଦରଘା ବଜାର, ଚୌଧୁରୀ ବଜାର, ନୟାସଡ଼କ, ବାଲୁବଜାର, ଚାନ୍ଦିନୀ ଚୌକ, ମହମଦିଆ ବଜାର, ଶେଖ ବଜାର ହୋଇ ଚଣ୍ଡୀ ମନ୍ଦିର ପାଖରେ ପହଂଚିବ। ତାଙ୍କୁ ବିପୁଳ ସଂଖ୍ୟାରେ ସ୍ୱାଗତ ସହିତ ଯୋଗଦାନ କରିବା ପାଇଁ କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ କଟକ ସହର ବାସୀଙ୍କୁ ନିବେଦନ କରିଛନ୍ତି।