ଜୁଲାଇ ୩ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ଜୁଲାଇ ୩ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ପବିତ୍ର ଅମରନାଥ ଯାତ୍ରା ଜୁଲାଇ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅଗଷ୍ଟ ୨୮ ତାରିଖ ଯାଏ ୫୭ ଦିନ ଧରି ଚାଲିବ । ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ରବିବାର ଏହି ସୂଚନା ଦେଇଛନ୍ତି ।ଆଗାମୀ ୧୫ ତାରିଖରୁ ଏଥିନେଇ ପଞ୍ଜୀକରଣ ଆରମ୍ଭ ହେବ । ପଞ୍ଜୀକରଣ ଅନଲାଇନ କିମ୍ବା ଅଫଲାଇନ କରିଥିଲେ । ଅନଲାଇନ ରେଜିଷ୍ଟ୍ରେସନ ପାଇଁ ଅଫିସିଆଲ ୱେବସାଇଟକୁ ଯାଇ କିମ୍ବା ମୋବାଇଲ ଆପ୍ ଜରିଆରେ ଆବେଦନ କରିପାରିବେ । ମୋବାଇଲ ନମ୍ପର ଏବଂ ଇମେଲ ଜରିଆରେ ଭେରିଫିକେସନ କରିପାରିବେ । ଯେଉଁମାନେ ଅଫଲାଇନ ରେଜିଷ୍ଟ୍ରେସନ କରିବେ, ସେମାନେ ଅଧିକ୍ତ ବ୍ୟାଙ୍କ ଶାଖାକୁ ଯାଇ ଆବେଦନ କରିପାରିବେ । ଆବେଦନ ସମୟରେ ଆଧାର ଏବଂ ସ୍ବାସ୍ଥ୍ୟଗତ ପ୍ରମାଣପତ୍ର ଜରୁରୀ ।ବ୍ୟାଙ୍କରେ ବାୟୋମେଟ୍ରିକ ଦେବାକୁ ହେବ ଏବଂ ପ୍ରତି ବ୍ୟକ୍ତିକୁ ୧୫୦ ଟଙ୍କା ଶୁଳ୍କ ଦେବାକୁ ହେବ ।ଜମ୍ମୁର ଭଗବତୀ ନଗର ବେସ୍ କ୍ୟାମ୍ପରୁ ଶ୍ରଦ୍ଧାଳୁମାନଙ୍କର ପ୍ରଥମ ବ୍ୟାଚ୍ ଯାତ୍ରାରମ୍ଭ କରିବେ। ଜୁନ୍ ୧୯ ତାରିଖରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ଗୁମ୍ପାରେ ପ୍ରଥମ ପୂଜା ହେବ । ଯାତ୍ରା ଲାଗି ଅନନ୍ତନାଗରୁ ୪୮ କିମି ଲମ୍ବା ନୁନୱାନ-ପହଲଗାମ ମାର୍ଗ ଏବଂ ଗାନ୍ଦରୱଲରୁ ୧୪ କିମି ଲମ୍ବା ବାଲଟାଲ ମାର୍ଗ ଖୋଲା ରହିବ । ଚଳିତବର୍ଷ ଟ୍ରାକିଂ ଏବଂ ସୁରକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ଲାଗି ଆରଏଫଆଇଡି କାର୍ଡର ଆରମ୍ଭ କରାଯାଇଥିବା ସିହ୍ନା କହିଛନ୍ତି ।

Leave a Reply

Your email address will not be published. Required fields are marked *