ଓଡ଼ିଶା କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ

ଅଜୟ କୁମାର ଲାଲୁ ହେଲେ କଂଗ୍ରେସର ନୂଆ ପ୍ରଭାରୀ

ଓଡ଼ିଶା କଂଗ୍ରେସ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କଲା କଂଗ୍ରେସ। ଉତ୍ତରପ୍ରଦେଶର କଂଗ୍ରେସ ନେତା ଅଜୟ କୁମାର ଲାଲୁଙ୍କୁ ଓଡ଼ିଶାର ପ୍ରଭାରୀ ଭାବେ ଗୁରୁଦାୟିତ୍ବ ଦେଇଛି ଦଳ। ନୂଆ ପିସିସି ସଭାପତି ଭାବେ ଭକ୍ତ ଦାସଙ୍କୁ ନିଯୁକ୍ତି ପରେ ପ୍ରଭାରୀ ପରିବର୍ତ୍ତନ କରିଛି କଂଗ୍ରେସ। ପୂର୍ବରୁ ଅଜୟ କୁମାର ଓଡ଼ିଶା କଂଗ୍ରେସର ପ୍ରଭାରୀ ଦାୟିତ୍ବ ତୁଲାଉଥିଲେ। ତେବେ ନିର୍ବାଚନ ବେଳେ ଅଜୟଙ୍କ କାର୍ୟ୍ୟକୁ ନେଇ ଅସନ୍ତୁଷ୍ଟ ଥିଲେ ସେତେବେଳେ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ବରେ ଥିବା ଭକ୍ତ ଦାସ। ତେଣୁ ପିସିସି ସଭାପତି ପରିବର୍ତ୍ତନ ପରେ ପ୍ରଭାରୀ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଥିଲା। ଯେଉଁ ଚର୍ଚ୍ଚାରେ ଆଜି ମୋହର ମାରିଛି କଂଗ୍ରେସ। ଓଡ଼ିଶା ସମେତ ୧୧ ରାଜ୍ୟ ପାଇଁ ନୂଆ ପ୍ରଭାରୀ ନିଯୁକ୍ତ କରିଛି ଦଳ। ସେହିଭଳି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ମହାସଚିବ ଭାବେ ନିଯୁକ୍ତି ଦେଇ ପଞ୍ଜାବ ଦାୟିତ୍ବ ଦେଇଛି ଦଳ।