ଏମ୍ସ ହସ୍ପିଟାଲରେ ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କୁ ଆକ୍ରମଣ

ରୋଗୀ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ । ଡାକ୍ତରଙ୍କୁ ଆକ୍ରମଣ। ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ମାଡ଼ । ଭୁବନେଶ୍ବର ଏମ୍ସ ହସ୍ପିଟାଲ ପରିସର ପାଲଟିଲା ରଣକ୍ଷେତ୍ର । ବିଷ ପିଇ ଗୁରୁତର ଅବସ୍ଥାରେ ଯାଆଁଳା ଓଗାଳପଡ଼ାର ଶିବଶଙ୍କର ବେହେରା ଏମ୍ସରେ ଭର୍ତ୍ତି ହୋଇଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଓ ଗାଁ ଲୋକେ କିନ୍ତୁ ଚିକିତ୍ସାରେ ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣି ଡାକ୍ତରଙ୍କୁ ଆକ୍ରମଣ କରିଥିଲେ। ଶିବଶଙ୍କରଙ୍କୁ ଭୁଲ ଇଞ୍ଜେକସନ ଦିଆଯାଇଥିଲା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ଖଣ୍ଡଗିରି ଥାନା ପୋଲିସ ଏମ୍ସ ହସ୍ପିଟାଲରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରି ଥାନାକୁ ନେଇଛି । ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି । ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଖଣ୍ଡଗିରି ଥାନାଧିକାରୀ ।

Leave a Reply

Your email address will not be published. Required fields are marked *