ଦିଲ୍ଲୀ ଯିବାକୁ ଥିବା ସମସ୍ତ ମେଲ୍-ଏକ୍ସପ୍ରେସ ବାତିଲ
CJPର ଜନ୍ତରମନ୍ତର ୨.୦ ପୂର୍ବରୁ ହାଇ ଆଲର୍ଟରେ ଦିଲ୍ଲୀ ପୋଲିସ । ଏହାକୁ ନଜରରେ ରଖି ଆଜି ରାତି ୯ଟାରୁ ଦିଲ୍ଲୀ ମେଟ୍ରୋର ୫୭ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ ରହିବାକୁ ଦିଲ୍ଲୀ ପୋଲିସ ଡିଏମଆରସିକୁ ଚିଠି ଲେଖିଛି । ଫଳରେ କେନ୍ଦ୍ରୀୟ, ଦକ୍ଷିଣ, ଉତ୍ତର ଓ ପୂର୍ବ ଦିଲ୍ଲୀର ୫୭ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ପ୍ରଭାବିତ ହେବ । ରାଜୀବ ଚୌକ, କେନ୍ଦ୍ରୀୟ ସଚିବାଳୟ, ନୂଆଦିଲ୍ଲୀ, କାଶ୍ମୀର ଗେଟ୍, ମାଣ୍ଡି ହାଉସ୍, ଆଇଟିଓ ଓ ସୁପ୍ରିମକୋର୍ଟ ଭଳି ବ୍ୟସ୍ତବହୁଳ ଷ୍ଟେସନର ଗେଟ୍ ବନ୍ଦ ରହିପାରେ ।ଖବର ଅନୁଯାୟୀ, କାଲି ସକାଳ ୪ଟାରୁ ଦିପହର ୨ ଟା ମଧ୍ୟରେ ନୂଆଦିଲ୍ଲୀ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନକୁ ଆସୁଥିବା ସମସ୍ତ ମେଲ୍ ଓ ଏକ୍ସପ୍ରେସ ଟ୍ରେନକୁ ବାତିଲ କରିଛି ରେଳବାଇ । ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ କଟକଣା ଜାରି ରହିବ । CJPର ଆନ୍ଦୋଳନକୁ ଅନୁମତି ଦିଆଯାଇନଥିବା ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି । କକ୍ରୋଚ୍ ଜନତା ପାର୍ଟି ଦ୍ୱାରା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବଡ଼ ବିକ୍ଷୋଭକୁ ଦୃଷ୍ଟିରେ ରଖି ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । କାଲି ହଜାର ହଜାର ଲୋକ ଏକାଠି ହେବାର ଆଶଙ୍କା ରହିଛି ।
