ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦ

ଅତିରିକ୍ତ କମିଶନରଙ୍କୁ ମାଡ଼, କଳାବ୍ୟାଜ୍ ପିନ୍ଧି କର୍ମଚାରୀଙ୍କ ପ୍ରତିବାଦ

ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ। ସଫେଇ କର୍ମଚାରୀମାନଙ୍କ ବିରୋଧ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଛି। ୱାର୍ଡକୁ ସଫେଇ ପାଇଁ ନଯାଇ ଲାଇନ୍ ହୋଇ ଠିଆ ହୋଇଛି ପ୍ରାୟ ୧୫ ସଫେଇ ଗାଡ଼ି । ଭୁବନେଶ୍ୱର ମହାନଗର ନିଗମର ୩୦ ନମ୍ୱର୍ ୱାର୍ଡରେ ଘଟିଛି ଏପରି ଘଟଣା । ଉପରୁ ଅର୍ଡର ଅଛି ନଯିବା ପାଇଁ । ସେଥିପାଇଁ ଯାଇନୁ । ପ୍ରାୟ ୩୦ ଲୋକ ଏଥିପାଇଁ ଅପେକ୍ଷା କରି ରହିଛୁ । ସକାଳ ୬ ରୁ ଆରମ୍ଭ ହୋଇ ଦିନ ୨ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟକ୍ରମ ହୋଇଥାନ୍ତା । ହେଲେ ଏବେ ଯାଏଁ କୌଣସି ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇନି ବୋଲି କହିଛନ୍ତି ସଫେଇ କର୍ମଚାରୀ ।