ପୁଣି ମହାନଦୀରେ ଆସୁଛି ଛୋଟ ବନ୍ୟା
ପୁଣି ମହାନଦୀରେ ଆସୁଛି ଛୋଟ ବନ୍ୟା । ମହାନଦୀ ଉପରମୁଣ୍ଡ ଛତିଶଗଡ଼ରେ ବର୍ଷା ଯୋଗୁଁ ବଢ଼ିଛି ଜଳସ୍ତର । ବୈତରଣୀ ଏବଂ ବୁଢ଼ାବଳଙ୍ଗରେ ଜଳସ୍ତର କମୁଛି । ଜଳକାରେ ଜଳସ୍ତର ସ୍ଥିର ରହିଥିଲେ ମଧ୍ୟ ତଳିଆ ଅଞ୍ଚଳରେ ଆଗାମୀ ୨୪ରୁ ୪୮ ଘଣ୍ଟା ଏପରି ବନ୍ୟା ପରିସ୍ଥିତି ରହିବ । କଟକ, ଖୋର୍ଦ୍ଧ, ପୁରୀ ଓ କେନ୍ଦ୍ରାପଡ଼ା ବିଶେଷ ପ୍ରଭାବିତ ହେବା ଆଶଙ୍କା ।ତେବେ ବର୍ତ୍ତମାନ ହୀରାକୁଦର୨୪ ଟି ଗେଟ୍ ଖୋଲା ଅଛି । ଆବଶ୍ୟକ ପଡ଼ିଲେ ଆସନ୍ତାକାଲି ଆଉ କିଛି ଗେଟ୍ ଖୋଲାଯିବ କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଏଥିପାଇଁ ଇଞ୍ଜିନିୟର୍ ମାନେ ସଜାଗ ଥିବା ଏବଂ ନାଇଟ୍ ପାଟ୍ରୋଲିଂ ଚାଲିଥିବା ସେ କହିଛନ୍ତି ।
