ଧରାପଡ଼ିଲେ ଆଇଏସଆଇ ୯ ସନ୍ଦିଗ୍ଧ ଏଜେଣ୍ଟ
ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ବିଫଳ । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପୋଲିସ ୯ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ଏବଂ ମୁମ୍ବାଇ ଅଣ୍ଡରୱାର୍ଲ୍ଡ (ଦାଉଦ ଇବ୍ରାହିମ ନେଟୱାର୍କ) ସହ ଜଡ଼ିତ ବୋଲି ଜଣାପଡିଛି । ସମସ୍ତ ଲୋକଙ୍କୁ ଦିଲ୍ଲୀର ଖାସ୍ ଜାଗା ଏବଂ ସୁରକ୍ଷାବଳ ଉପରେ ଆକ୍ରମଣ କରିବାର ଯୋଜନା କରୁଥିଲେ । ପୋଲିସ ଏମାନଙ୍କ ପାଖରେ ଅନେକ ଅସ୍ତ୍ରଶସ୍ତ୍ର ଏବଂ ବାରୁଦ ଜବତ କରିଛି ।ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆତଙ୍କୀ ଆକ୍ରମଣକୁ ବିଫଳ କରିଛି । ଏନଡିଆର ଏଭଳି ୯ ଅଭିଯୁକ୍ତଙ୍କୁ ଗିରଫ କରିଛି, ଯିଏକି ପାକିସ୍ତାନୀ ଆଇଏସ୍ଆଇ ଓ ମୁମ୍ବାଇ ଅଣ୍ଡରଓ୍ବାର୍ଲ୍ଡ ନେଟଓ୍ବାର୍କଙ୍କ ଇଶାରାରେ କାମ କରୁଥିଲେ । ଏହି ଆତଙ୍କୀଙ୍କୁ ଦିଲ୍ଲୀର ଖାସ୍ ସ୍ଥାନ ଓ ସୁରକ୍ଷା ବଳଙ୍କ ଉପରେ ଆକ୍ରମଣ କରିବା ପାଇଁ କାମ ଦିଆଯାଇଥିଲା । ପୋଲିସ ଏମାନଙ୍କ ନିକଟରୁ ବିପୁଳ ପରିମାଣର ହତିଆର ଓ ଗୋଳା ବାରୁଦ ଜବତ କରିଛି।
