ଦୁର୍ଗା ପୂଜା ପାଇଁ ୧୨୨ ପ୍ଲାଟୁନ୍ ଫୋର୍ସ ସହ ୬୦୦ ଅଫିସର ମୁତୟନ ହେବେ
କଟକ ଦୁର୍ଗା ପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ପୋଲିସ କମିଶନରଙ୍କ ସୂଚନା । ୧୨୨ ପ୍ଲାଟୁନ୍ ଫୋର୍ସ ସହ ୬୦୦ ଅଫିସର ମୁତୟନ ରହିବେ । ୨ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମ ଧ୍ୟ ସୁରକ୍ଷା ପାଇଁ ମୁତୟନ ହେବେ । ପୂଜା ପାଇଁ ସହରରେ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି । ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ ବୋଲି ପୋଲିସ କମିଶନର କହିଛନ୍ତି। ସୁରକ୍ଷା ପାଇଁ CCTV ଓ ଡ୍ରୋନ୍ର ବ୍ୟବସ୍ଥା କରାଯାଇଛି ।
