ମୁମ୍ବାଇ କୁର୍ଲାରେ ଭୂସ୍ଖଳନରେ ୬ ମୃତ
ମହାରାଷ୍ଟ୍ର ମୁମ୍ବାଇ କୁର୍ଲାର ଚିରାଗ ନଗର ଅଞ୍ଚଳରେ ବଡ଼ ଅଘଟଣ । କୁର୍ଲାର ଚିରାଗ ନଗର ଭୂସ୍ଖଳନ ହେବାରୁ ଅନେକ ଲୋକ ମାଟି ଓ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିବା ଆଶଙ୍କା କରାଯାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ନେଇ ସୂଚନା ମିଳିଛି । ଅନେକ ଲୋକ ମାଟି ତଳେ ଫସିଥିବା ଆଶଙ୍କା କରାଯାଉଛି । ଘଟଣାର ଖବର ପାଇବା ମାତ୍ରେ ପୋଲିସ, ବିଏମସି, ଏନଡିଆରଏଫ୍ ସମେତ ବିଭିନ୍ନ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମାଟି ଓ ଭଗ୍ନାବଶେଷ ହଟାଇ ଫସିଥିବା ଲୋକଙ୍କୁ ଖୋଜିବା ପାଇଁ ଜୋରଦାର ରେସ୍କ୍ୟୁ ଅପରେସନ୍ ଜାରି ରହିଛି ।
