ବଢ଼ିଲା ଶରଣକୁଳ ଥାନା ଆଇଆଇସିଙ୍କ ଅଡ଼ୁଆ, ସୁଜିତ ଦାସଙ୍କୁ ଗିରଫ ପାଇଁ ପୋଲିସର ଛାନଭିନ୍
ବଢ଼ିଲା ପୋଲିସ ବାବୁଙ୍କ ଅଡ଼ୁଆ । ପୂର୍ବତନ ଶରଣକୁଳ ଥାନା ଆଇଆଇସି ସୁଜିତ ଦାସଙ୍କୁ ଖୋଜୁଛି କ୍ରାଇମବ୍ରାଞ୍ଚ୍ । ଗିରଫଦାରୀ ଏଡ଼ାଇବା ପାଇଁ ଲୁଚି ବୁଲୁଛନ୍ତି ନିଲମ୍ବିତ ଆଇଆଇସି । ଦୀର୍ଘ ଦିନ ହେଲା ଫେରାର ଥିବାରୁ NBW ଜାରି କଲେ ହାଇକୋର୍ଟ । ଦୁଷ୍ମର୍ମ ମାମଲାରେ ଫେରାର ଅଛନ୍ତି ପୂର୍ବତନ IIC ସୁଜିତ ଦାସ । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ପରେ ସୁଜିତଙ୍କୁ ନିଲମ୍ବନ କରାଯାଇଥିଲା । ତାଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ରେଡ୍ କରୁଛି କ୍ରାଇମବ୍ରାଞ୍ଚ । ଭୁବନେଶ୍ୱରର ପଟିଆ ଥିବା କାନନ ବିହାରର ତାଙ୍କ ସମ୍ପକୀୟଙ୍କ ବାସଭବନରେ ମଧ୍ୟ କ୍ରାଇମବ୍ରାଞ୍ଚର ଏକ ଟିମ୍ ଚଢ଼ାଉ ଜାରି ରଖିଛି । ସୁଜିତ କେଉଁଠି ଅଛନ୍ତି ସେନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଜୋରଦାର ଖୋଜାଖୋଜି ଜାରି ରହିଛି ।
