୨୫୬ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବରରୁ ୨୫୬ ଗ୍ରାମ ବ୍ରାଉନସୁଗାର ଜବତ

ରାଜଧାନୀରେ ବ୍ରାଉନ ସୁଗାର ବେପାରୀ ସକ୍ରିୟ ହେବାରେ ଲାଗିଛନ୍ତି। ଦିନକୁ ଦିନ ଏମାନଂକ ସଂଖ୍ୟା ବଢ଼ିବାରେ ଲାଗିଛି।  ରାଜ୍ୟର ବିଭିନ୍ନ ଜିଲ୍ଲା ରୁ ବେପାରୀ ଏବେ ରାଜଧାନୀ କୁ ମୁହାଁଇଥିବା ବେଳେ ଜଟଣୀ ଗ୍ରେଟ ନିକଟରେ ବ୍ରାଉନ ସୁଗାର ବେପାରୀ ଜଣକୁ କାବୁ କରିଛି ସ୍ପେସିଆଲ କ୍ରାଇମ ୟୁନିଟ କମିଶନରେଟ ପୋଲିସ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଅଂଚଳର ରଶ୍ମି ରଞ୍ଜନ ଭୋଳ ବ୍ରାଉନସୁଗାର ଆଣି ରାଜଧାନୀ ସହ କଟକର ଅନେକ ସ୍ଥାନରେ ଦେଉଥିଲେ। ତାଙ୍କ ଠାରୁ 265 ଗ୍ରାମର ବ୍ରାଉନସୁଗାରକୁ ଜବତ କରିଛି ପୋଲିସ । ଏହା ସହ ନଗଦ 31 ହଜାର ଟଙ୍କା, ଗୋଟିଏ ବୁଲେଟ  ଓ ଗୋଟିଏ ମୋବାଇଲ ଜବତ କରାଯାଇଛି।