ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରକୋପରେ ଗୁଜରାଟ ଥରହର ହେଉଥିବା ବେଳେ ୭୦୭ଜଣ ଶିଶୁ ଜନ୍ମ ଗ୍ରହଣ କରିଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ସାମୁଦ୍ରିକ ବାତ୍ୟାଯୋଗୁଁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରୁ ଜନସ୍ଥାନାନ୍ତରଣରେ ଆସିଥିବା ଆସନ୍ନପ୍ରସବା ଅନ୍ତଃସତ୍ତ୍ବା ମହିଳାମାନେ ଏହି ଶିଶୁମାନଙ୍କୁ ଜନ୍ମ ଦେଇଛନ୍ତି। ସତର୍କତାମୂଳକ ପଦକ୍ଷେପସ୍ବରୂପ ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା। ବାତ୍ୟା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି, ଘରଦ୍ବାର ଭାଙ୍ଗି ଅନେକ କ୍ଷୟକ୍ଷତି ହୋଇଥିଲେ ବି କାହାରି ମୃତ୍ୟୁ ଘଟିନାହିଁ।
Related Posts
ପଞ୍ଚାୟତରେ ମିଳୁ ଜାତୀୟ ପେନସନ୍
- Editor
- June 22, 2023
- 0
ମୟୂରଭଞ୍ଜରେ ବିଜେଡିର ମାନସ ମନ୍ଥନ
- User 003
- August 6, 2024
- 0
ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ ନଡ୍ଡା
- User 003
- September 26, 2024
- 0