ନବଯୌବନ ବେଶରେ ଆଖି ଲାଖିଗଲା

ସରିଲା ନବଯୌବନ ଦର୍ଶନ । ଅନବସର ଗୁପ୍ତନୀତି ଶେଷ ହେବା ପରେ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିଲା । ଆଜି ସକାଳ ୮ଟାରୁ ଏକ ଘଣ୍ଟା ଧରି ପାରମାଣିକ ଟିକେଟ ଦର୍ଶନ ହୋଇଥିଲା । ପରେ ଦିନ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହୋଇଥିଲା । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ପରିମାଣିକ ଟିକେଟ ଦର୍ଶନ ପାଇଁ ଭକ୍ତ ଯିବାକୁ ନିଷ୍ପତି ହୋଇଥିଲା । ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିଥିଲେ । 11ଟା ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ରତ୍ନସିଂହାସନରୁ ଓହ୍ଲାଇ ଆସି ରଥାରୁଢ ହେବେ ଚତୁର୍ଦ୍ଧା ମୂର୍ତ୍ତି । ତେଣୁ ରଥଯାତ୍ରାରେ ଏଥର ଅଧିକ ଗହଳିକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି ।