ଆସନ୍ତାକାଲି ନୂଆଁଖାଇ

ନୂଆଁଖାଇ ପାଇଁ ସଜେଇ ହେଲାଣି ପଶ୍ଚିମ ଓଡ଼ିଶା

ରାତି ପାହିଲେ ଉତ୍ସବ ମୁଖର ହୋଇଉଠିବ ପଶ୍ଚିମ ଓଡ଼ିଶା । ଘରେ ଘରେ ପାଳନ ହେବ କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଚାଲିବ ପୂଜାର୍ଚ୍ଚନା, ସପରିବାର ଏକାଠି ବସି ନବାନ୍ନ ଭକ୍ଷଣ କରିବେ । ତା ସହ ଜମିବ ଲୋକସଂଗୀତ ଓ ନୃତ୍ୟର ଆସର । ଏଥିପାଇଁ ସମ୍ୱଲପୁରରୁ ସୁନ୍ଦରଗଡ଼; ବଲାଙ୍ଗିରରୁ ବରଗଡ଼, ବୌଦ୍ଧରୁ କଳାହାଣ୍ଡି । ସବୁଠି ଚଳଚଞ୍ଚଳ ପରିବେଶ । ବଲାଙ୍ଗୀର ଜିଲ୍ଲାରେ ନୂଆଖାଇ ପୂର୍ବ ସଂଧ୍ୟା ଅର୍ଥାତ ଆଜି ଗ୍ରାମଦେବା ଦେବୀ ନିକଟକୁ ଶୋଭାଯାତ୍ରାରେ ଯାଇଛି ନୂଆଧାନ, ପନିପରିବା,ଲୁଗାପଟା । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପାଳନ କରିଛନ୍ତି ପାହୁର ଯାତ୍ରା।

Leave a Reply

Your email address will not be published. Required fields are marked *