ରାଜନୀତିରେ ବଡ଼ ବେଟିଂ
ସତା କି ବଜାର, ବିଜେପି ଉପରେ ଲାଗିଲା ସବୁଠୁ ଅଧିକ ଟଙ୍କା । ରାଜନୀତିରେ ବଡ଼ ବେଟିଂ । କାଲି ଆସିବ ୪ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ । ଏବଂ 4 ତାରିଖରେ ମିଜୋରାମ ଗଣତି ହେବ । ଏକଜିଟ୍ ପୋଲ୍। ଅନୁସାରେ ବିଜେପି ୨ଟି, କଂଗ୍ରେସ ଗୋଟିଏ ରାଜ୍ୟ ହାତେଇବ। ଯେତେବେଳେ କି କଂଗ୍ରେସ ତେଲଙ୍ଗାନାରେ ଭଲ ପ୍ରଦର୍ଶନ କରିଛି ଏବଂ ସେଠାରେ ସରକାର ଗଢିବା ନେଇ ଅନୁମାନ କରାଯାଉଛି। କିନ୍ତୁ ମିଜୋରାମରେ ଝୁଲା ବିଧାନସଭା ରହିବ ବୋଲି ଅନୁମାନ କରାଯାଉଛି। ଏପଟେ ଦେଶର ବଡ ବେଟିଂ ବଜାର ଫାଲୋଡି ନିର୍ବାଚନ ଫଳାଫଳକୁ ନେଇ ସରଗରମ ଲାଗି ରହିଛି। ବଜାରରେ ବିଜେପି ଫେଭରେଟ ହୋଇଛି। ଏପରିକି ବେଟିଂ ବଜାର ଅନୁଯାୟୀ, ବିଜେପି ପାଖାପାଖି ୩ଟି ରାଜ୍ୟରେ ବହୁମତ ନେବ ବୋଲି ଅନୁମାନ କରାଯାଉଛି। ଏପରିକି ରାଜସ୍ଥାନରେ ମଧ୍ୟ ବିଜେପି ପୂର୍ଣ୍ଣ ବହୁମତ ମିଳିବ ବୋଲି ବେଟିଂ ବଜାରରେ ଚର୍ଚ୍ଚା ଲାଗି ରହିଛି। ତେବେ ସବୁ ନ୍ୟୁଜ ସଂସ୍ଥା ଠାରୁ ଫାଲୋଡି ବେଟିଂ ବଜାରର ଗଣିତ ଏବଂ ବିଜୟ-ହାରର ସମୀକରଣ କିଛି ଅଲଗା ଟ୍ବିଷ୍ଟ ଦେଇଥାଏ ଅର୍ଥାତ୍ ଅନ୍ୟମାନଙ୍କ ଠାରୁ ଟିକେ ଆଗୁଆ ରହିଥାଏ। ଫଳାଫଳ ଉପରେ ଏହା ଅଧିକ ପ୍ରଭାବ ପକାଇଥାଏ।
ରାଜସ୍ଥାନର ସବୁଠୁ ବଡ ବେଟିଂ ବଜାର ଫାଲୋଡି ରାଜ୍ୟରେ ବିଜେପିର ବଡ ବିଜୟ ହେବ ବୋଲି କହିଛି। ଏକ ଜାତୀୟ ଗଣମାଧ୍ୟମକୁ ବେଟିଂ କରୁଥିବା ଲୋକମାନେ କହିଛନ୍ତି, ବେଟିଂ ବେଳେ ସମସ୍ତଙ୍କର ପସନ୍ଦ ବିଜେପି ରହିଛି। ରାଜସ୍ଥାନରେ ବିଜେପି ୧୧୫ରୁ ଅଧିକ ସିଟ୍ ଜିତିବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ କଂଗ୍ରେସକୁ ୭୦ସିଟ୍ ମିଳିପାରେ ବୋଲି କୁହାଯାଉଛି। ସେହିପରି ମଧ୍ୟପ୍ରଦେଶରେ ୧୧୫-୧୧୭ ଓ କଂଗ୍ରେସ ୧୧୪-୧୧୬ ଆସନ ଜିତିପାରେ। ଛତିଶଗଡରେ ଭାଜପା ୫୦-୫୨ ଓ କଂଗ୍ରେସ ୩୭-୩୯ଆସନ ରହିପାରେ ବୋଲି କୁହାଯାଉଛି। ତେବେ ଏହି ୩ଟି ରାଜ୍ୟରେ କଡ୍ଡା ଟକ୍କର ହୋଇଥିଲେ ବି ବିଜେପି କ୍ଷମତାସୀନ ହେବ ବୋଲି ଅନୁମାନ କରାଯାଉଛି। କିନ୍ତୁ ତେଲଙ୍ଗାନାରେ କଂଗ୍ରେସ ମେଣ୍ଟ ସରକାର ଗଢି ସରକାର ଗଢିବ ବୋଲି ଆଶା କରାଯାଉଛି। ସେହିପରି ମିଜୋରାମ ମଧ୍ୟ କଂଗ୍ରେସ ହାତେଇବାର ଆଶା ଅଛି ବୋଲି ବେଟିଂରେ ଜଣା ପଡିଛି।