Skip to content
Tuesday, September 15, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ବଦଳିଲା ନ୍ୟାଶନାଲ ମେଡିକାଲ କମିଶନର ଲୋଗୋ

Posted on December 2, 2023December 2, 2023

ଲୋଗୋରୁ ହଟିଲା ଅଶୋକ ଚକ୍ର


ବଦଳିଲା ନ୍ୟାଶନାଲ ମେଡିକାଲ କମିଶନର ଲୋଗୋ । ଇଣ୍ଡିଆ ପରିବର୍ତ୍ତେ ଲେଖାଗଲା ଭାରତ। ଅଶୋକଚକ୍ର ହଟାଇ ରଖାଗଲା ହିନ୍ଦୁ ଦେବତାଙ୍କ ଫଟୋ। ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ବା ଏନଏମସି ନିଜ ଲୋଗ ପରିବର୍ତ୍ତନ କରିଛି। ଏଥିରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଛି। ଏଥିସହ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଏକ ରଙ୍ଗୀନ ଫଟୋ ଲଗାଯାଇଛି। ଏନଏମସିର ଏହି ପଦକ୍ଷେପକୁ ନେଇ ବିବାଦ ଦେଖାଦେଇଛି । ଏହାକୁ ନେଇ ଅଭିଯୋଗ କରାଯାଇଛି ଯେ ଦେଶର ଶୀର୍ଷ ଚିକିତ୍ସା ନିୟାମକ ସିଂହ ଓ ଅଶୋକ ଚକ୍ରକୁ ହଟେଇ ଦେଇଛନ୍ତି, ଯାହା ଆୟୋଗକୁ ପ୍ରତିନିଧିତ୍ୱ କରୁଥିବା ଫଟୋ ଭାବେ ପରିଚିତ ଥିଲା। ତେବେ ଏହାକୁ ନେଇ ଏନଏମସି କହିଛି, ଧନ୍ଵନ୍ତରୀଙ୍କ ଏକ କଳା ଧଳା ଫଟୋ ରେଖାଚିତ୍ର ଫଟୋ ଥିଲା ଯାହା ପୁରୁଣା ଲୋଗୋର ଅଂଶ ଥିଲା। ଏନଏମସିର କାର୍ଯ୍ୟବାହୀ ଅଧ୍ୟକ୍ଷ ବିଏନ ଗଙ୍ଗାଧର କହିଛନ୍ତି, ଏହା କୌଣସି ଗୁରୁତ୍ୱ ଥିବା ପରିବର୍ତ୍ତନ ନୁହେଁ। ଯାହାକୁ ନେଇ ଆଲୋଚନା ଲାଗି ରହିଛି। ଧନ୍ଵନ୍ତରୀଙ୍କ ଫଟୋ ପୂର୍ବରୁ ଲୋଗୋରେ ଥିଲା। ଏବେ ଏହାକୁ ରଙ୍ଗୀନ ଭାବରେ ଦର୍ଶାଯାଇଛି। ଏନଏମସି ଯେବେ ଗଠନ ହୋଇଥିଲା ସେତେବେଳେ ଧନ୍ବନ୍ତରୀଙ୍କ ଫଟୋ ବ୍ୟବହାର କରାଯାଉଥିଲା। ଭାରତରେ ସ୍ୱାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ଧନ୍ଵନ୍ତରୀଙ୍କୁ ପୂଜା କରାଯାଇଥାଏ। ସର୍ବସମ୍ମତିକ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ପରିବର୍ତ୍ତେ ଆୟୋଗରେ ଭାରତର ନାମ ଯୋଡା ଯାଇଛି। କାରଣ ଦେଶ ଏହି ନାଁକୁ ଗୁରୁତ୍ୱ ଦେଇଛି। ଏହା ପଛରେ ଅନ୍ୟ କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Posted in ଦେଶTagged breakingnews, jajatiexpress, Latest updates, latestupdate, logo, national medical commission, nmc

Post navigation

Previous: ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ
Next: ସତା କି ବଜାର, ବିଜେପି ଉପରେ ଲାଗିଲା ସବୁଠୁ ଅଧିକ ଟଙ୍କା

Related Posts

  • ଦେଶ

ପୁଣି ବଢିଲା କମର୍ସିଆଲ ଗ୍ୟାସ୍ ଦର

  • Editor
  • July 4, 2023
  • 0

ଖାଉଟିଙ୍କ ପିଛା ଛାଡୁନି ଦର ବୃଦ୍ଧି ଗ୍ୟାସ ଦର ବୃଦ୍ଧି ଲୋକଙ୍କ ନିଦ ହଜାଇଲାଣି । ପୁଣି ବଢିଲା କମର୍ସିଆଲ ଗ୍ୟାସ ଦର । କମର୍ସିଆଲ ଗ୍ୟାସ ଦର ୭ଟଙ୍କା ବୃଦ୍ଧି ହୋଇଛି । […]

  • ଦେଶ

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

  • Editor
  • October 17, 2023
  • 0

”ଆଇନ ତିଆରି କରିପାରିବନି, ଆଇନକୁ ବ୍ୟାଖ୍ୟା କରିପାରିବ କୋର୍ଟ” ସମଲିଙ୍ଗୀ ବିବାହକୁ ନେଇ ବଡ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ପ୍ରକାଶ ପାଇଛି […]

  • ଓଡ଼ିଶା
  • ଦେଶ

ଓଡ଼ିଶା ସମେତ ୬ଟି ରାଜ୍ୟର ୪ଟି ରେଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ

  • User 003
  • August 1, 2025
  • 0

୪ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ, ଖର୍ଚ୍ଚ ହେବ ୧୧,୧୬୯ କୋଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ରେଳ ମନ୍ତ୍ରଣାଳୟର ୪ଟି ଗୁରୁତ୍ବପୂର୍ଣ୍ଣ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.