ବିଜେପି ଉପରେ ଲୋକଙ୍କ ସ୍ନେହ, ବିଶ୍ୱାସ ଓ ଆର୍ଶିବାଦ ରହିଛି: ମୋଦି

୩ ରାଜ୍ୟରେ ବିଜେପିର ବଡ଼ ବିଜୟ

ବଡ଼ ବିଜୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା। ଆଜି ବାହାରୁଛି ୪ ରାଜ୍ୟର ନିର୍ବାଚନ ଫଳାଫଳ। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡର ନିର୍ବାଚନ ଟ୍ରେଣ୍ଡରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବଂ ତେଲଙ୍ଗାନାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରିଛି । ୩ ରାଜ୍ୟର ନିର୍ବାଚନ ଫଳାଫଳ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ କେବଳ ଭଲ ଶାସନ ଏବଂ ବିକାଶ ରାଜନୀତିରେ ଭାରତର ଲୋକଙ୍କର ବିଶ୍ୱାସ ଅଛି, ସେମାନଙ୍କର ବିଶ୍ୱାସ ବିଜେପିରେ ଅଛି। ଦଳ ଉପରେ ସେମାନଙ୍କର ପ୍ରେମ, ବିଶ୍ୱାସ ଏବଂ ଆଶୀର୍ବାଦ ବର୍ଷୁ ଥିବାରୁ ମୁଁ ଏହି ସମସ୍ତ ରାଜ୍ୟର ପରିବାରବର୍ଗଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ବିକଶିତ ଭାରତର ଲକ୍ଷ୍ୟ ନେଇ ଆମେ ଆଗକୁ ବଢୁଛୁ, ଆମକୁ ଅଟକାଇବାକୁ କିମ୍ବା କ୍ଳାନ୍ତ ହେବାକୁ ପଡିବ ନାହିଁ। ଆମକୁ ଭାରତକୁ ବିଜୟୀ କରିବାକୁ ପଡିବ। ଏହି ବିଜୟୀ ଅବସରରେ ମୋଦୀ ଦଳର ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଦେଇଛନ୍ତି । ବିଜେପିର ବିକାଶ ଓ ଗରିବ କଲ୍ୟାଣ ଯୋଜନା ଯେଭଳି ଭାବେ ଲୋକଙ୍କ ପାଖରେ ପହଂଚୁଛି ତାହାର ପ୍ରଭାବରେ ବିଜେପି ବିଜୟୀ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।