ଆଉ ଏକ ବଡ଼ ବିମାନ ଦୁର୍ଘଟଣା

ରାଜସ୍ଥାନରେ ବାୟୁସେନାର ଯୁଦ୍ଧବିମାନ କ୍ରାସ୍, ପାଇଲଟ ମୃତ

ରାଜସ୍ଥାନ ଚୁର ଜିଲ୍ଲାର ରତନଗଡ ନିକଟରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ । ଭାନୁଦା ଗାଁ ନିକଟରେ ଫାଇଟର ବିମାନ କ୍ରାସରେ ପାଇଲଟଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବାୟୁସେନାର ଜାଗୁଆର ଫାଇଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାର କାରଣ ଏ ଯାଏଁ ଜଣାପଡିନି । ବିମାନ ଦୁର୍ଘଟଣା ସୂଚନା ମିଳିବା ପରେ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣା ସ୍ଥଳରେ ବିମାନର ଧ୍ବଂସାବଶେଷ ପଡିଛି । ଜିଲ୍ଲାପାଳ ଅଭିଷେକ ସୁରାନା ଏବଂ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଘଟଣା ସ୍ଥଳକୁ ସିଲ୍ କରାଯାଇ ଯାଞ୍ଚ ଆରମ୍ଭ ହୋଇଛି । ତେବେ ବିମାନ କ୍ରାସ ହୋଇଥିବା ବିଲରେ ତୁରନ୍ତ ନିଆଁ ଲାଗିଯାଇଥିଲା ।