ଫ୍ଲାଇଟ୍ ଏମରଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ

ବିମାନରେ ହାଇଡ୍ରାମା

ଦିଲ୍ଲୀ-ଚେନ୍ନାଇ ଇଣ୍ଡିଗୋ ବିମାନରେ ଯାତ୍ରୀଙ୍କ ହାଇଡ୍ରାମା । ଜଣେ ଯାତ୍ରୀ ବିମାନର ଉଡ଼ାଣ ପୂର୍ବରୁ ଏମରଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ବିମାନ ଯାତ୍ରୀ ମାନେ ଭୟଭୀତ ହୋଇପଡିଥିଲେ । ତେବେ ଦିଲ୍ଲୀ ବିମାନବନ୍ଦରରେ 6E 6341 ବିମାନରେ ଏହି ଘଟଣା ଘଟିଛି। ଏୟାରଲାଇନ୍ସ ଏହି ଘଟଣାକୁ ସ୍ୱୀକାର କରିବା ସହ ଏକ ବିବୃତ୍ତିରେ କହିଛନ୍ତି ଯେ ଯାତ୍ରୀମାନଙ୍କ ସୁରକ୍ଷାରେ କୌଣସି ଅସୁବିଧା ହୋଇନାହିଁ । ଷ୍ଟାଣ୍ଡାର୍ଡ ଅପରେଟିଂ ନିୟମ ଅନୁଯାୟୀ, ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏହି ଯାତ୍ରୀଙ୍କୁ ସିଆଇଏସଏଫଙ୍କୁ ହସ୍ତାନ୍ତର କରାଯାଇଛି । ଇଣ୍ଡିଗୋ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ଯାତ୍ରୀଙ୍କ ସୁରକ୍ଷାକୁ ନେଇ କୌଣସି ପ୍ରକାରର ସାଲିସ କରାଯିବ ନାହିଁ। ତେବେ ଅନ୍ୟ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ଯୋଗୁଁ ଆମେ ଦୁଃଖିତ। ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ମାସରେ ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନର ଏମରଜେନ୍ସି ଡୋର୍ ଖୋଲିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଜଣେ ୪୦ ବର୍ଷିୟ ମଦ୍ୟପ ଯାତ୍ରୀଙ୍କୁ ବାନ୍ଧିଥିଲେ ସୁରକ୍ଷାକର୍ମୀ ।