Skip to content
Saturday, December 6, 2025
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ବଦଳିଲା ନ୍ୟାଶନାଲ ମେଡିକାଲ କମିଶନର ଲୋଗୋ

Posted on December 2, 2023December 2, 2023

ଲୋଗୋରୁ ହଟିଲା ଅଶୋକ ଚକ୍ର


ବଦଳିଲା ନ୍ୟାଶନାଲ ମେଡିକାଲ କମିଶନର ଲୋଗୋ । ଇଣ୍ଡିଆ ପରିବର୍ତ୍ତେ ଲେଖାଗଲା ଭାରତ। ଅଶୋକଚକ୍ର ହଟାଇ ରଖାଗଲା ହିନ୍ଦୁ ଦେବତାଙ୍କ ଫଟୋ। ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ବା ଏନଏମସି ନିଜ ଲୋଗ ପରିବର୍ତ୍ତନ କରିଛି। ଏଥିରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଛି। ଏଥିସହ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଏକ ରଙ୍ଗୀନ ଫଟୋ ଲଗାଯାଇଛି। ଏନଏମସିର ଏହି ପଦକ୍ଷେପକୁ ନେଇ ବିବାଦ ଦେଖାଦେଇଛି । ଏହାକୁ ନେଇ ଅଭିଯୋଗ କରାଯାଇଛି ଯେ ଦେଶର ଶୀର୍ଷ ଚିକିତ୍ସା ନିୟାମକ ସିଂହ ଓ ଅଶୋକ ଚକ୍ରକୁ ହଟେଇ ଦେଇଛନ୍ତି, ଯାହା ଆୟୋଗକୁ ପ୍ରତିନିଧିତ୍ୱ କରୁଥିବା ଫଟୋ ଭାବେ ପରିଚିତ ଥିଲା। ତେବେ ଏହାକୁ ନେଇ ଏନଏମସି କହିଛି, ଧନ୍ଵନ୍ତରୀଙ୍କ ଏକ କଳା ଧଳା ଫଟୋ ରେଖାଚିତ୍ର ଫଟୋ ଥିଲା ଯାହା ପୁରୁଣା ଲୋଗୋର ଅଂଶ ଥିଲା। ଏନଏମସିର କାର୍ଯ୍ୟବାହୀ ଅଧ୍ୟକ୍ଷ ବିଏନ ଗଙ୍ଗାଧର କହିଛନ୍ତି, ଏହା କୌଣସି ଗୁରୁତ୍ୱ ଥିବା ପରିବର୍ତ୍ତନ ନୁହେଁ। ଯାହାକୁ ନେଇ ଆଲୋଚନା ଲାଗି ରହିଛି। ଧନ୍ଵନ୍ତରୀଙ୍କ ଫଟୋ ପୂର୍ବରୁ ଲୋଗୋରେ ଥିଲା। ଏବେ ଏହାକୁ ରଙ୍ଗୀନ ଭାବରେ ଦର୍ଶାଯାଇଛି। ଏନଏମସି ଯେବେ ଗଠନ ହୋଇଥିଲା ସେତେବେଳେ ଧନ୍ବନ୍ତରୀଙ୍କ ଫଟୋ ବ୍ୟବହାର କରାଯାଉଥିଲା। ଭାରତରେ ସ୍ୱାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ଧନ୍ଵନ୍ତରୀଙ୍କୁ ପୂଜା କରାଯାଇଥାଏ। ସର୍ବସମ୍ମତିକ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ପରିବର୍ତ୍ତେ ଆୟୋଗରେ ଭାରତର ନାମ ଯୋଡା ଯାଇଛି। କାରଣ ଦେଶ ଏହି ନାଁକୁ ଗୁରୁତ୍ୱ ଦେଇଛି। ଏହା ପଛରେ ଅନ୍ୟ କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Posted in ଦେଶTagged breakingnews, jajatiexpress, Latest updates, latestupdate, logo, national medical commission, nmc

Post navigation

Previous: ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ
Next: ସତା କି ବଜାର, ବିଜେପି ଉପରେ ଲାଗିଲା ସବୁଠୁ ଅଧିକ ଟଙ୍କା

Related Posts

  • ଅପରାଧ
  • ଦେଶ

ସ୍ତ୍ରୀକୁ ମାରି ହୃଦଘାତରେ ଚାଲିଗଲେ ସ୍ଵାମୀ !

  • Jajati express Reporter
  • September 2, 2023
  • 0

ସ୍ତ୍ରୀକୁ ଗୁଳି ମାରିଲେ ସ୍ଵାମୀ , ନିଜକୁ ବି ବଞ୍ଚାଇ ପାରିଲେନି ! ଭାବିଥିଲେ ସବୁ ଝଗଡାର ଅନ୍ତ ଘଟିବ ସ୍ତ୍ରୀକୁ ମାରିଦେବା ପରେ । ଆଉ ସ୍ତ୍ରୀକୁ ମାରିବାକୁ ଉଠାଇଲେ ବନ୍ଧୁକ ଫୁଟାଇଲେ […]

  • ଖେଳ
  • ଦେଶ

ଟି-୨୦ ବିଶ୍ୱକପ୍ ଦଳ ଘୋଷଣା

  • User 003
  • April 30, 2024
  • 0

ଟି-୨୦ ବିଶ୍ୱକପ୍ ଦଳ ଘୋଷଣା ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ତେବେ ଦୀର୍ଘ ସମୟର […]

  • ଦେଶ
  • ବିଜ୍ଞାନ

ଧାର୍ଯ୍ୟ କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩

  • Editor
  • July 28, 2023
  • 0

ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ ଉପରେ ନଜର ଧାର୍ଯ୍ୟ କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩ । ଏହା ବର୍ତ୍ତମାନ ପୃଥିବୀର ୧,୨୭,୬୦୯ କି.ମି X ୨୩୬ କି.ମି କକ୍ଷପଥରେ ପହଞ୍ଚିସାରିଛି । ଏହା ଟ୍ରାନ୍ସଲୁନାର ଇଞ୍ଜେକ୍ସନ ପାଇଁ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (847) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2025 Jajati Express Theme: Random News By Adore Themes.