Skip to content
Monday, March 16, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ବଦଳିଲା ନ୍ୟାଶନାଲ ମେଡିକାଲ କମିଶନର ଲୋଗୋ

Posted on December 2, 2023December 2, 2023

ଲୋଗୋରୁ ହଟିଲା ଅଶୋକ ଚକ୍ର


ବଦଳିଲା ନ୍ୟାଶନାଲ ମେଡିକାଲ କମିଶନର ଲୋଗୋ । ଇଣ୍ଡିଆ ପରିବର୍ତ୍ତେ ଲେଖାଗଲା ଭାରତ। ଅଶୋକଚକ୍ର ହଟାଇ ରଖାଗଲା ହିନ୍ଦୁ ଦେବତାଙ୍କ ଫଟୋ। ରାଷ୍ଟ୍ରୀୟ ଚିକିତ୍ସା ଆୟୋଗ ବା ଏନଏମସି ନିଜ ଲୋଗ ପରିବର୍ତ୍ତନ କରିଛି। ଏଥିରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯାଇଛି। ଏଥିସହ ଆୟୁର୍ବେଦ ଦେବତା ଧନ୍ବନ୍ତରୀଙ୍କ ଏକ ରଙ୍ଗୀନ ଫଟୋ ଲଗାଯାଇଛି। ଏନଏମସିର ଏହି ପଦକ୍ଷେପକୁ ନେଇ ବିବାଦ ଦେଖାଦେଇଛି । ଏହାକୁ ନେଇ ଅଭିଯୋଗ କରାଯାଇଛି ଯେ ଦେଶର ଶୀର୍ଷ ଚିକିତ୍ସା ନିୟାମକ ସିଂହ ଓ ଅଶୋକ ଚକ୍ରକୁ ହଟେଇ ଦେଇଛନ୍ତି, ଯାହା ଆୟୋଗକୁ ପ୍ରତିନିଧିତ୍ୱ କରୁଥିବା ଫଟୋ ଭାବେ ପରିଚିତ ଥିଲା। ତେବେ ଏହାକୁ ନେଇ ଏନଏମସି କହିଛି, ଧନ୍ଵନ୍ତରୀଙ୍କ ଏକ କଳା ଧଳା ଫଟୋ ରେଖାଚିତ୍ର ଫଟୋ ଥିଲା ଯାହା ପୁରୁଣା ଲୋଗୋର ଅଂଶ ଥିଲା। ଏନଏମସିର କାର୍ଯ୍ୟବାହୀ ଅଧ୍ୟକ୍ଷ ବିଏନ ଗଙ୍ଗାଧର କହିଛନ୍ତି, ଏହା କୌଣସି ଗୁରୁତ୍ୱ ଥିବା ପରିବର୍ତ୍ତନ ନୁହେଁ। ଯାହାକୁ ନେଇ ଆଲୋଚନା ଲାଗି ରହିଛି। ଧନ୍ଵନ୍ତରୀଙ୍କ ଫଟୋ ପୂର୍ବରୁ ଲୋଗୋରେ ଥିଲା। ଏବେ ଏହାକୁ ରଙ୍ଗୀନ ଭାବରେ ଦର୍ଶାଯାଇଛି। ଏନଏମସି ଯେବେ ଗଠନ ହୋଇଥିଲା ସେତେବେଳେ ଧନ୍ବନ୍ତରୀଙ୍କ ଫଟୋ ବ୍ୟବହାର କରାଯାଉଥିଲା। ଭାରତରେ ସ୍ୱାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ରରେ ଧନ୍ଵନ୍ତରୀଙ୍କୁ ପୂଜା କରାଯାଇଥାଏ। ସର୍ବସମ୍ମତିକ୍ରମେ ଏପରି ନିଷ୍ପତ୍ତି ନିଆଯାଇଛି। ଇଣ୍ଡିଆ ପରିବର୍ତ୍ତେ ଆୟୋଗରେ ଭାରତର ନାମ ଯୋଡା ଯାଇଛି। କାରଣ ଦେଶ ଏହି ନାଁକୁ ଗୁରୁତ୍ୱ ଦେଇଛି। ଏହା ପଛରେ ଅନ୍ୟ କୌଣସି କାରଣ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Posted in ଦେଶTagged breakingnews, jajatiexpress, Latest updates, latestupdate, logo, national medical commission, nmc

Post navigation

Previous: ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ
Next: ସତା କି ବଜାର, ବିଜେପି ଉପରେ ଲାଗିଲା ସବୁଠୁ ଅଧିକ ଟଙ୍କା

Related Posts

  • ଦେଶ
  • ରାଜନୀତି

କଥା ଦେଇ କଥା ରଖିଲେ ରେବନ୍ତ ରେଡ୍ଡୀ

  • User 003
  • December 8, 2023
  • 0

ମୁଖ୍ୟମନ୍ତ୍ରୀ ହେଉ ହେଉ ଜିତିଗଲେ ଜନତାଙ୍କ ହୃଦୟ ମୁଖ୍ୟମନ୍ତ୍ରୀ ହେବ ତ ଏମିତି । ମୁଖ୍ୟମନ୍ତ୍ରୀ ହେଉ ହେଉ ଜିତିଗଲେ ଜନତାଙ୍କ ହୃଦୟ । ଭାଙ୍ଗିଲେ ବାସଭବନ ଆଗରେ ଥିବା ଆଇରନ ଗେଟ । […]

  • ଓଡ଼ିଶା
  • ଜିଲ୍ଲା
  • ଦେଶ

ଯବାନଙ୍କ ସନ୍ଦେହଜନକ ମୃତ୍ୟୁ !

  • Jajati express Reporter
  • November 18, 2023
  • 0

ତ୍ରିପୁରାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ! ତ୍ରିପୁରାରେ ସୀମାରେ ଓଡ଼ିଆ ଯବାନଙ୍କ ସନ୍ଦେହ ଜନକ ମୃତ୍ୟୁ। ମୃତ ଯବାନଙ୍କ ନାଁ ଈଶ୍ୱର ଦୋରା ହୋଇଥିବା ବେଳେ ଈଶ୍ୱରଙ୍କ ମୃତ୍ୟୁ ନେଇ ତାଙ୍କ ବଡ଼ ଭାଇ କୈଳାସ […]

  • ଦେଶ

ଶିଶୁ ଚିକିତ୍ସା କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ

  • User 003
  • May 26, 2024
  • 0

ବେବି କେୟାର ସେଣ୍ଟରରେ ଅଗ୍ନିକାଣ୍ଡ, ୭ଶିଶୁ ଜୀବନ୍ତ ଦଗ୍ଧ ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ବଡ଼ ଧରଣର ଅଗ୍ନିକାଣ୍ଡ । ଏଥିରେ ୭ ନବଜାତ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଆଁ ଲାଗିବା […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.