ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ

ଦିଶୁନି ରନୱେ, ଫେରୁଛି ବିମାନ

ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ। ଦିଶୁନି ରନୱେ ଫେରୁଛି ବିମାନ । କିଛି ଦିନର ବିରତି ପୁଣି ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢିବାରେ ଲାଗିଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଧୂଆଁର ଆସ୍ତରଣ। ଆନନ୍ଦ ବିହାର ଏବଂ ଅଶୋକ ବିହାରରେ ସ୍ଥିତି ସଙ୍ଗୀନ ହୋଇଛି । ଆଜି ଅନେକ ସ୍ଥାନରେ ଧୂଆଁ ଯୋଗୁଁ ଦିଲ୍ଲୀରୁ ଉଡାଣ କରିବାକୁ ଥିବା ୩ଟି ବିମାନ ଦିଗ ବଦଳାଇ ଦିଆଯାଇଛି। ଏଥି ସହିତ ଜୟପୁର, ଲକ୍ଷ୍ମୌ, ଅହମ୍ମଦାବାଦ ଓ ଅମ୍ରିତସର ଅଭିମୁଖେ ୧୮ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । କମ୍ ଦୃଶ୍ୟତା କାରଣରୁ ଗୋଟେ ବିମାନ ଅହମ୍ମଦବାଦ ଏବଂ ଅନ୍ୟ ଦୁଇଟି ବିମାନକୁ ଜୟପୁରକୁ ଡାଇଭର୍ଟ କରିଦିଆଯାଇଛି। ମୁମ୍ବାଇରୁ ଦିଲ୍ଲୀ ଯିବାକୁ ଥିବା ବିମାନ ୟୁକେ ୯୫୪ ଏବଂ ବିମାନ ୟୁକେ ୯୨୮ ଜୟପୁରକୁ ଡାଇଭର୍ଟ କରିଦିଆଯାଇଛି। ସେହିପରି ଅହମ୍ମଦାବାଦରୁ ଦିଲ୍ଲୀକୁ ଯାଉଥିବା ବିମାନ ୟୁକେ ୯୦୬ ଦିଲ୍ଲୀରେ କମ୍ ଦୃଶ୍ୟତା କାରଣରୁ ଗତିପଥ ବଦଳାଇ ଦିଆଯାଇଛି। ଦିଲ୍ଲୀରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି। ଆନନ୍ଦ ବିହାରରେ ବାୟୁର ଗୁଣବତ୍ତା ୩୮୮ ଅଶୋକ ବିହାରରେ ୩୮୬ ରହିଛି।