Skip to content
Saturday, October 31, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ଶରଦ ପାୱାରଙ୍କ ଏନସିପିକୁ ବଡ଼ ଝଟକା

Posted on February 7, 2024February 7, 2024

ଅଜିତ ପାୱାର ଗୋଷ୍ଠୀ ଅସଲ ଏନସିପି

ଶରଦ ପାୱାରଙ୍କ ଏନସିପିକୁ ବଡ଼ ଝଟକା । ଅଜିତ ପାୱାର ଗୋଷ୍ଠୀକୁ ଏନସିପି କହିଲେ ନିର୍ବାଚନ କମିଶନ । ଅଜିତ ଗୋଷ୍ଠୀକୁ ଦଳୀୟ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ବିଗତ କେତେ ଦିନ ଧରି ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ଏନସିପି ଓ ଏହାର ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଏହି ବିବାଦ ମଧ୍ୟରେ ହିଁ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଦଳର ସମ୍ବିଧାନରେ ବର୍ଣ୍ଣିତ ଲକ୍ଷ୍ୟ ସହ ଉଦ୍ଦେଶ୍ୟ ଏବଂ ଉଭୟ ସାଙ୍ଗଠନିକ ତଥା ବିଧାନସଭାର ସଂଖ୍ୟା ଗରିଷ୍ଠତାର ମୂଲ୍ୟାଙ୍କନ ପରେ ହିଁ ଏପରି ନିଷ୍ପତ୍ତି ନିଆଯାଇଥିଲା କହିଛନ୍ତି ନିର୍ବାଚନ କମିଶନ । ଅଜିତଙ୍କ ଗୋଷ୍ଠୀ ହିଁ ଅସଲି ଏନସିପି ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ସବୁ ପ୍ରମାଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ନିଜ ବିବୃତ୍ତିରେ କହିଛନ୍ତି ନିର୍ବାଚନ ଆୟୋଗ । ଏବେ ଶରଦ ପାୱାର ଗୋଷ୍ଠୀ ନୂଆ ଚିହ୍ନ ଓ ନାଁ ପାଇଁ ଆବେଦନ କରିବେ । ଏଥିପାଇଁ ବୁଧବାର ଦିନ ୩ଟା ଯାଏଁ ସମୟ ଦିଆଯାଇଛି । ୬ ମାସରୁ ଅଧିକ ସମୟ ଧରି ଚାଲିଥିବା ଶୁଣାଣିରେ ବିବାଦ ନେଇ ୧୦ ଥର ବୈଠକ କରିଥିଲେ ନିର୍ବାଚନ କମିଶନ ।କମିଶନ କହିଛନ୍ତି, ଅଜିତ ପାୱାର ଗୋଷ୍ଠୀ ପାଖରେ ଏନସିପିର ସଙ୍ଗଠନାତ୍ମକ ବହୁମତ ରହିଛି ।

Posted in ଦେଶ, ରାଜନୀତିTagged ajit pawar, jajatiexpress, latest news, ncp, ncp logo, sarad pawar

Post navigation

Previous: ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁସିସି ବିଲ
Next: ଡାଇବେଟିସକୁ ନେଇ ଜଣା ଅଜଣା କଥା

Related Posts

  • ଖେଳ
  • ଦେଶ

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

  • User 003
  • December 1, 2023
  • 0

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ । ରାଇପୁରରେ ଖେଳାଯିବ ମ୍ୟାଚ । ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ସେପଟେ ଭାରତକୁ ହରାଇ ସିରିଜ ବରାବର ଲକ୍ଷ୍ୟରେ କଙ୍ଗାରୁ ଦଳ । […]

  • ଦେଶ
  • ବିଜ୍ଞାନ

ଧାର୍ଯ୍ୟ କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩

  • Editor
  • July 28, 2023
  • 0

ଚନ୍ଦ୍ରପୃଷ୍ଠରେ ସୁରକ୍ଷିତ ଅବତରଣ ଉପରେ ନଜର ଧାର୍ଯ୍ୟ କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩ । ଏହା ବର୍ତ୍ତମାନ ପୃଥିବୀର ୧,୨୭,୬୦୯ କି.ମି X ୨୩୬ କି.ମି କକ୍ଷପଥରେ ପହଞ୍ଚିସାରିଛି । ଏହା ଟ୍ରାନ୍ସଲୁନାର ଇଞ୍ଜେକ୍ସନ ପାଇଁ […]

  • ଓଡ଼ିଶା
  • ଦେଶ
  • ମନୋରଞ୍ଜନ

ସବୁ ହଲ୍ ରେ ଆଦିପୁରୁଷ କ୍ରେଜ୍

  • Editor
  • June 16, 2023
  • 0

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.