Skip to content
Saturday, December 6, 2025
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ଶରଦ ପାୱାରଙ୍କ ଏନସିପିକୁ ବଡ଼ ଝଟକା

Posted on February 7, 2024February 7, 2024

ଅଜିତ ପାୱାର ଗୋଷ୍ଠୀ ଅସଲ ଏନସିପି

ଶରଦ ପାୱାରଙ୍କ ଏନସିପିକୁ ବଡ଼ ଝଟକା । ଅଜିତ ପାୱାର ଗୋଷ୍ଠୀକୁ ଏନସିପି କହିଲେ ନିର୍ବାଚନ କମିଶନ । ଅଜିତ ଗୋଷ୍ଠୀକୁ ଦଳୀୟ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ବିଗତ କେତେ ଦିନ ଧରି ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ଏନସିପି ଓ ଏହାର ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଏହି ବିବାଦ ମଧ୍ୟରେ ହିଁ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଦଳର ସମ୍ବିଧାନରେ ବର୍ଣ୍ଣିତ ଲକ୍ଷ୍ୟ ସହ ଉଦ୍ଦେଶ୍ୟ ଏବଂ ଉଭୟ ସାଙ୍ଗଠନିକ ତଥା ବିଧାନସଭାର ସଂଖ୍ୟା ଗରିଷ୍ଠତାର ମୂଲ୍ୟାଙ୍କନ ପରେ ହିଁ ଏପରି ନିଷ୍ପତ୍ତି ନିଆଯାଇଥିଲା କହିଛନ୍ତି ନିର୍ବାଚନ କମିଶନ । ଅଜିତଙ୍କ ଗୋଷ୍ଠୀ ହିଁ ଅସଲି ଏନସିପି ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ସବୁ ପ୍ରମାଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ନିଜ ବିବୃତ୍ତିରେ କହିଛନ୍ତି ନିର୍ବାଚନ ଆୟୋଗ । ଏବେ ଶରଦ ପାୱାର ଗୋଷ୍ଠୀ ନୂଆ ଚିହ୍ନ ଓ ନାଁ ପାଇଁ ଆବେଦନ କରିବେ । ଏଥିପାଇଁ ବୁଧବାର ଦିନ ୩ଟା ଯାଏଁ ସମୟ ଦିଆଯାଇଛି । ୬ ମାସରୁ ଅଧିକ ସମୟ ଧରି ଚାଲିଥିବା ଶୁଣାଣିରେ ବିବାଦ ନେଇ ୧୦ ଥର ବୈଠକ କରିଥିଲେ ନିର୍ବାଚନ କମିଶନ ।କମିଶନ କହିଛନ୍ତି, ଅଜିତ ପାୱାର ଗୋଷ୍ଠୀ ପାଖରେ ଏନସିପିର ସଙ୍ଗଠନାତ୍ମକ ବହୁମତ ରହିଛି ।

Posted in ଦେଶ, ରାଜନୀତିTagged ajit pawar, jajatiexpress, latest news, ncp, ncp logo, sarad pawar

Post navigation

Previous: ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁସିସି ବିଲ
Next: ଡାଇବେଟିସକୁ ନେଇ ଜଣା ଅଜଣା କଥା

Related Posts

  • ଦେଶ
  • ରାଜନୀତି

ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା

  • User 003
  • April 29, 2024
  • 0

ନାମାଙ୍କନ ଭରି ପ୍ରଚାର କରୁଥିଲେ, ହଠାତ୍ ଦଳ ଛାଡ଼ିଲେ ଇନ୍ଦୋରରେ କଂଗ୍ରେସକୁ ବଡ ଝଟ୍‌କା । ନାମାଙ୍କନ ପ୍ରତ୍ୟାହାର କଲେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟ କାନ୍ତି ବାମ । ଆଜି ଦଳକୁ ଚକିତ କରି […]

  • ଦେଶ

କୁରୱାଇ ଷ୍ଟେସନରେ ଟ୍ରେନ୍ ରେ ଲାଗିଲା ନିଆଁ  

  • Editor
  • July 17, 2023
  • 0

ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ନିଆଁ ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଲାଗିଲା ନିଆଁ । ମଧ୍ୟପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ । C-14 କୋଚ୍‌ର ବ୍ୟାଟେରୀ ବକ୍ସରେ […]

  • ଦେଶ
  • ରାଜନୀତି

ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ବଡ଼ ଝଟ୍‌କା

  • User 003
  • March 20, 2024
  • 0

‘ହାତୀ’ ଛାଡି ‘ହାତ’ ଧରିଲେ ଦାନିଶ ଅଲ୍ଲୀ ଲୋକସଭା ନିର୍ବାଚନ ପୂର୍ବରୁ ବହୁଜନ ସମାଜ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ଦଳର ଏମ୍‌ପି ଦାନିଶ ଅଲ୍ଲୀ କଂଗ୍ରେସରେ ଯୋଗ ଦେଇଛନ୍ତି। ଲୋକସଭା ର୍ନିବାଚନ ପୂର୍ବରୁ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (847) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2025 Jajati Express Theme: Random News By Adore Themes.