୨୦୨୪ରେ ଏନଡିଏକୁ ଟକ୍କର ଦେବ ପିଡିଏ

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଦୁଇଦିନ ତଳେ ବିହାରର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା | ଏହି ବୈଠକରେ ୩୦ରୁ ଅଧିକ ବିରୋଧୀଦଳ ସାମିଲ ହୋଇଥିଲେ। ଏହି ବୈଠକରେ ଆଗାମୀ ଲୋକସଭା ନିର୍ବାଚନ -୨୦୨୪ରେ ବିଜେପି ବିରୋଧରେ ଏକଜୁଟ ହେବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଥିଲା। ତେବେ ବିରୋଧୀ ଦଳର ମିଳିତ ମଞ୍ଚର ନାମ ପିଡ଼ିଏ ରଖାଯିବ । ଯଦିଓ ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ଘୋଷଣା ହୋଇନାହିଁ, ପିଡିଏ ଅର୍ଥାତ ପେଟରିଆଟିକ ଡେମୋକ୍ରାଟିକ୍ ଆଲାଇନ୍ସ ହେବ ବୋଲି କୁହାଯାଇଛି । ବିରୋଧୀ ଦଳର ପରବର୍ତ୍ତୀ ବୈଠକ ଜୁଲାଇ ୧୨ରୁ ୧୪ ପର୍ଯ୍ୟନ୍ତ ଶିମଲାରେ ଅନୁଷ୍ଠିତ ହେବ। ଏହି ବୈଠକ ଦୁଇ ଦିନ ହେବ ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ | ସୂଚନା ମୁତାବକ ଏହି ବୈଠକରେ ହିଁ ନୂତନ ନାମ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସଂଯୋଜକ ଭାବରେ ଘୋଷଣା କରାଯିବ |