ସୌମ୍ୟଙ୍କୁ ଆଶୀର୍ବାଦ ଦେଲେ ବଦ୍ରି
ରାଜ୍ୟ ରାଜନୀତିରେ ଏକ ରୋଚକ ସ୍ଥିତି ଦେଖିବାକୁ ମିଳିଛି। ଏକାଠି ବସି ନାମାଙ୍କନ ଭରିଛନ୍ତି। ନାମାଙ୍କନ ଦାଖଲ ବେଳେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ପାଖାପାଖି ବସିଥିଲେ। ଆଉ ଜଣେ ଅନ୍ୟ ଜଣଙ୍କୁ ଆର୍ଶୀବାଦ ଦେବାକୁ କହିଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ।କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନମଣ୍ଡଳୀରେ ବିଧାୟକ ହେଉଛନ୍ତି ବଦ୍ରିନାରାୟଣ ପାତ୍ର। ସେ ୨୦୦୯ ମସିହାରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେଉଛନ୍ତି। ତାଙ୍କ ବୟସ ଏବେ ପ୍ରାୟ ୮୦ ଅତିକ୍ରମ କଲାଣି। ତଥାପି ସେ ଏଥର ବିଜେଡିରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଠିକ୍ ସେମିତି ବିଜେଡିରୁ ନିଲମ୍ୱିତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଏଥର ଘଷିପୁରାରୁ ସ୍ୱାଧୀନ ପ୍ରାର୍ଥୀ ହୋଇଛନ୍ତି। ଆଜି ବଦ୍ରି ଓ ସୌମ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଉଭୟ ନିଜର ସମର୍ଥକଙ୍କୁ ଧରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଆଉ ଉପଜିଲ୍ଲାପାଳଙ୍କ ଅଫିସ୍ରେ ଉଭୟ ବେକରେ ଫୁଲମାଳ ପକାଇ ପାଖାପାଖି ବସିଥିଲେ।
