୬ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

୫ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ୫ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଥିବା ବେଳେ ଗୋଟିଏ ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ଼, ପୁରୀରେ ବଦଳିଲେ ପ୍ରାର୍ଥୀ । ଗତକାଲି କଂଗ୍ରେସରେ ମିଶିଥିବା ଦେବାଶିଷ ନାୟକଙ୍କୁ ବରୀରୁ ଟିକେଟ ଦେଇଛି କଂଗ୍ରେସ । ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷଙ୍କୁ ଦଳ ସୁଯୋଗ ଦେଇଛି । ସେହିଭଳି ଜଳେଶ୍ୱରରେ ଦେବୀ ପ୍ରସନ୍ନ ଚାନ୍ଦଙ୍କ ବଦଳରେ ସୁଦର୍ଶନ ଦାସଙ୍କୁ ଦଳ ମୈଦାନକୁ ଓହ୍ଲାଇଛି ।

ଆଠମଲ୍ଲିକରେ ବିଜୟାନନ୍ଦ ଚାଉଳିଆଙ୍କ ବଦଳରେ ହିମାଂଶୁ ଚାଉଳିଆ ଓ ପୁରୀରେ ସୁଜିତ ମହାପାତ୍ରଙ୍କ ସ୍ଥାନରେ ଉମାବଲ୍ଲଭ ରଥଙ୍କୁ ଦଳ ପ୍ରାର୍ଥୀ କରିଛି । ଆଠଗଡରେ ସୁଦର୍ଶନ ସାହୁଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ନୀଳଗିରି ଆସନରେ ଦଳ ଅକ୍ଷୟ ଆଚାର୍ୟ୍ୟଙ୍କୁ ମୈଦାନକୁ ଓହ୍ଲାଇଛି ।