ପ୍ରଚାର ମୈଦାନରକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଚାର ସଭା ମଞ୍ଚରୁ ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ

ହିଞ୍ଜିଳିରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜୟ ଜଗନ୍ନାଥ ଓ ଜୟ ମା’ ତାରିଣୀଙ୍କ ନାଁ ନେଇ ବିଶାଳ ଜନସମାଶେକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୪ ନିର୍ବାଚନ ପାଇଁ ହିଞ୍ଜିଳିରୁ ହିଁ ଆରମ୍ଭ ହୋଇଛି ବିଜେଡିର ବିଜୟ ପ୍ରଚାର । ତେବେ ନିଜ ନିର୍ବାଚନ କ୍ଷେତ୍ରରୁ ପ୍ରଥମେ ପ୍ରଚାର ଆରମ୍ଭ କରି ସେ ବହୁତ ଖୁସି ବୋଲି କହିଛନ୍ତି ନବୀନ । ହିଞ୍ଜିଳିବାସୀ ତାଙ୍କୁ ସବୁବେଳେ ସହଯୋଗ କରିଆସିଛନ୍ତି । ହିଞ୍ଚିଳି ସହ ଓଡିଶାର ସାଢେ ୪ କୋଟି ଜନତା ତାଙ୍କ ପରିବାର , ଯେଉଁମାନଙ୍କ କଲ୍ୟାଣ ପାଇଁ ସେ ସବୁବେଳେ କଲ୍ୟାଣକାରୀ କାର୍ଯ୍ୟ କରିଆସିଛନ୍ତି ଏବଂ ଶେଷ ଯାଏଁ ଲୋକଙ୍କ ସେବା କରୁଥିବେ । ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ସେବା କରିବାକୁ ସୁଯୋଗ ଦେଇଥିବାରୁ ସେ ହିଞ୍ଚିଳିବାସୀଙ୍କ ପ୍ରତି କୃତଜ୍ଞ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ନିଜ ନିର୍ବାଚନମଣ୍ଡଳୀ ପ୍ରଚାର ସଭା ମଞ୍ଚରୁ ବିରୋଧୀ ଙ୍କୁ ଟାର୍ଗେଟ କଲେ ନବୀନ। ବିକାଶ କୁ ବିରୋଧ କରି କେହି କେବେ ସଫଳ ହୋଇନି। ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ୱର୍ ହେବ। ବିରୋଧୀ ସବୁ କଥାରେ ରାଜନୀତି କରୁଛନ୍ତି। ଶ୍ରୀ ମନ୍ଦିର, ଏକାମ୍ର, ସମଲେଇ ପ୍ରକଳ୍ପ ରେ ବିରୋଧୀ ଙ୍କ ବିକାଶ ବିରୋଧୀ ଆଚରଣ। ଓଡ଼ିଶାବାସୀ ବିରୋଧୀ ଙ୍କ ଅସଲ ରୂପ ଜାଣିଛନ୍ତି। ଆପଣଙ୍କ ଆଶୀର୍ବାଦ ରୁ mp ଓ mla ରେ ବିଜେଡ଼ି ଭଲ କରିବ। ଯୋଡ଼ି ଶଙ୍ଖ କୁ ଆଶୀର୍ବାଦ କରନ୍ତୁ। ହିଞ୍ଜିଳି ରୁ ବିଜେଡ଼ି ର ବିଜୟ ଯାତ୍ରା ଆରମ୍ଭ ହେଲା ବୋଲି ହିଞ୍ଜିଳି ସଭା ରେ ଦମ୍ଭୋକ୍ତି ପ୍ରକାଶ କଲେ ନବୀନ।