ଖଲ୍ଲିକୋଟରେ ବିଜେପିର ଶକ୍ତି ପ୍ରଦର୍ଶନ

ବିଜେଡି ଛାଡ଼ି ପଦ୍ମ ଧରିଲେ ୮ ହଜାର କର୍ମୀ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ବିଜେପିର ମହା ମିଶ୍ରଣରେ ଶକ୍ତି ପ୍ରଦର୍ଶନ । ବିଜେଡି ଛାଡ଼ି ପଦ୍ମ ଧରିଲେ ୮ ହଜାରରୁ ଅଧିକ କର୍ମୀ । ବିଜେଡି ଗଡ଼ରେ ଶକ୍ତି ବୃଦ୍ଧି କରୁଛି ବିଜେପି । ଖଲ୍ଲିକୋଟ କଞ୍ଚଣା ପଂଚାୟତର ସମିତିସଭ୍ୟ ଚିତ୍ରସେନ ଘୋଷଙ୍କ ଆହ୍ୱାନରେ ପ୍ରାୟ ୮ ହଜାର କର୍ମୀଙ୍କ ସହ ଅନେକ ପଂଚାୟତର ସରପଞ୍ଚ ବିଜେଡି ଛାଡ଼ି ବିଜେପିରେ ବିଧିବଦ୍ଧ ଭାବରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମର, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ଆସିକା ଲୋକସଭା ପ୍ରାର୍ଥୀନୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓ ଖଲ୍ଲିକୋଟ ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ । ଖଲ୍ଲିକୋଟର ଅଞ୍ଚଳର ପାଞ୍ଚଟି ପଞ୍ଚାୟତର ସରପଞ୍ଚଙ୍କ ସମେତ ବିଜେଡିର ବହୁ ନେତା ଓ ଶହ ଶହ ମହିଳା ପୁରୁଷମାନେ ବିଜେପିରେ ସାମିଲ ହୋଇଛନ୍ତି ।