ଓଡ଼ିଶାରେ ପ୍ରଚାର କରିବେ ଖଡଗେ-ରାହୁଲ-ପ୍ରିୟଙ୍କା

ପ୍ରଚାର ପାଇଁ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ପ୍ରଚାର ପାଇଁ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧୀ । ଏପ୍ରିଲ ୨୮ ଓ ମେ’୩ ତାରିଖରେ ଯଥାକ୍ରମେ ରାୟଗଡ଼ା, ସାଲେପୁର, ବ୍ରହ୍ମପୁରରେ କରିପାରନ୍ତି ପ୍ରଚାର । ଏନେଇ ରାହୁଲଙ୍କୁ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ପ୍ରସ୍ତାବ ଦେଇଥିବା ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏହାସହ ରାଜ୍ୟରେ ପ୍ରଚାର ପାଇଁ ପ୍ରିୟଙ୍କା ଗାନ୍ଧୀ ଓ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଆସିବାକୁ ପ୍ରସ୍ତାବ ଦିଆଯାଇଛି । ଏହା ପୂର୍ବରୁ ଏପ୍ରିଲ ୨୫ ତାରିଖରେ ସୋନପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ । ଓଡ଼ିଶା ଆସି ସୋନପୁରରେ କରିବେ ହାଇଭୋଲଟେଜ ପ୍ରଚାର । ତେବେ ୨୫ ତାରିଖ ଅପରାହ୍ନରେ ଏକ ବିଶାଳ ଜନସଭାରେ ଯୋଗଦେଇ ଜନତାଙ୍କୁ ସମ୍ବୋଧିତ କରିବେ ଶାହ ।