କ୍ୟାପ୍ଟେନ୍ କୁଲ୍ ଙ୍କ ଜନ୍ମଦିନ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା

ଆଜି କ୍ୟାପ୍ଟେନ୍ କୁଲ୍ ଙ୍କ ଜନ୍ମ ଦିନ । ୪୨ ବର୍ଷ ବୟସରେ ପାଦ ଥାପିଲେ ଭାରତର ଅନ୍ୟତମ ସଫଳ ଅଧିନାୟକ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । କ୍ୟାପଟେନ୍ କୁଲ୍ ଧୋନି ଆଇପିଏଲ୍ ୨୦୨୩ ର ୧୬ ତମ ସିଜନରେ ପଞ୍ଚମ ଥର ପାଇଁ ଟ୍ରଫି କବଜା କରିସାରିଛନ୍ତି । ୩ଟି ଆଇସିସି ସୀମିତ ଓଭର ଟ୍ରଫି ଜିତିଥିବା ଧୋନି ହେଉଛନ୍ତି ଏକମାତ୍ର ଭାରତୀୟ ଅଧିନାୟକ । କ୍ରିକେଟ ଜଗତରେ ଧୋନିଙ୍କ  ଯୋଗଦାନ ଅବିସ୍ମରଣୀୟ । ୨୦୧୩ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିବା ସେ ପ୍ରଥମ ଏବଂ ଏକମାତ୍ର କ୍ୟାପଟେନ୍ । ୨୦୦୭ ରେ  ସେ ଭାରତୀୟ  କ୍ରିକେଟ ଦଳର ଅଧିନାୟକ ପଦ  ଗ୍ରହଣ କରିଥିଲେ । ପରେ ଧୋନିଙ୍କ ନେତୃତ୍ୱାଧିନରେ ୨୦୦୯ ରେ ପ୍ରଥମ ଥର ପାଇଁ ବିଶ୍ୱର ନମ୍ବର ୧ ଟେଷ୍ଟ ଦଳ  ଭାବେ ଖ୍ୟାତି ଅର୍ଜନ କରିଥିଲେ ।  ପରବର୍ତ୍ତୀ ସମୟରେ ଧୋନି ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ସେ ୩୫୦ ଓଡିଆଇ  ମ୍ୟାଚ ଖେଳି ୧୦ ହଜାରରୁ ଉର୍ଦ୍ଧ୍ବ ରନ୍ ସ୍କୋର କରିଛନ୍ତି । ଓଡିଆଇ ରେ ସେ ୧୦ ଟି ଶତକ ଏବଂ ୭୩ ଅର୍ଦ୍ଧଶତକ ସ୍କୋର କରିଛନ୍ତି । ସେ ଟି-୨୦ରେ ଦୁଇଟି ଅର୍ଦ୍ଧ ଶତକ ସ୍କୋର କରିଛନ୍ତି। ଜଣେ ୱିକେଟ୍ କିପର ଭାବରେ ଧୋନି ମୋଟ ୬୩୪ ଟି କ୍ୟାଚ୍ ନେଇଛନ୍ତି । ଏବଂ ଆନ୍ତର୍ଜାତୀୟ କ୍ରିକେଟ୍ ରେ ତାଙ୍କ ନାମରେ ୧୯୫ ଷ୍ଟମ୍ପିଂ ଅଛି । ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଫ୍ୟାନ୍ ମାନେ ତାଙ୍କୁ ଅଜସ୍ର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।