କଂକ୍ରିଟ ବ୍ରିଜ୍ ରେ ଯାଇପାରିବେ ଧବଳେଶ୍ବର

ଶ୍ରାମବଣରେ ଶିବଭକ୍ତଙ୍କ ପାଇଁ ଖୁସି ଖବର

ସୁଗମ ହେଲା ବାବା ଧବଳେଶ୍ୱରଙ୍କ ଦର୍ଶନ । ପୂଜାର୍ଚ୍ଚନା ପରେ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଧବଳେଶ୍ୱରଙ୍କ ପୀଠକୁ ଯିବାକୁ କଂକ୍ରିଟ ସେତୁ । ଫଳରେ ପୀଠକୁ ଯିବା ଆସିବା ନେଇ ଦୀର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଛି । ପ୍ରଥମେ ଝୁଲା ପୋଲ ବିପଦସଙ୍କୁଳ ହେବାରୁ ପୀଠକୁ ଶ୍ରଦ୍ଧାଳୁଙ୍କ ଯାତାୟତ ଉପରେ ରୋକ୍ ଲଗାଯାଇଥିଲା । ଏହା ପରେ ମହାନଦୀରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ ହୋଇଥିଲା । ସେହି ରାସ୍ତା ଦେଇ ଲୋକେ ପୀଠକୁ ଯାଉଥିଲେ । ପ୍ରତୀକ୍ଷାର ଅନ୍ତ ଘଟାଇ ଆଜିଠାରୁ କଂକ୍ରିଟ ପୋଲ ଦେଇ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଅସ୍ଥାୟୀ ରାସ୍ତା ଧୋଇ ଯିବା କାରଣରୁ ଧବଳେଶ୍ଵରଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ଏହି ଶ୍ରାବଣ ମାସରେ କାଉଡ଼ିଆ ଭକ୍ତ ଏବଂ ଶ୍ରଦ୍ଧାଳୁମାନଙ୍କ ଭକ୍ତି ଭାବକୁ ଆଖି ଆଗରେ ରଖି ଏହି ସେତୁ ଉପରେ ଯାତାୟାତ କରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।