୪,୫୦୦ରୁ ୭ ହଜାର ଟଙ୍କାକୁ ବଢ଼ିଲା ଆଶାକର୍ମୀଙ୍କ ଦରମା

ବଢ଼ିଲା ଆଶାକର୍ମୀଙ୍କ ଦରମା

ବଢ଼ିଲା ଆଶାକର୍ମୀଙ୍କ ଦରମା । ମାସିକ ପାରିଶ୍ରମିକ ୪,୫୦୦ରୁ ୭ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ସରକାର । ସରକାର ବାର୍ଷିକ ୫୯ କୋଟି ୪୩ ଲକ୍ଷ ଟଙ୍କା ଆଶାକର୍ମୀଙ୍କ ଦରମା ବାବାଦରେ ପୂର୍ବରୁ ଖର୍ଚ୍ଚ କରୁଥିବା ବେଳେ ଏବେ ୨୦୮ କୋଟି ଟଙ୍କା ଖର୍ଚ୍ଚ ହେବ । ମାସିକ ପାରିଶ୍ରମିକ ୭ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ସେବା ନିବୃତ୍ତି ପ୍ରୋତ୍ସାହନ ରାଶି ୫୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି ପାଇଛି। ଏଥିଯୋଗୁ ଉପକୃତ ହେବେ ୪୯ ହଜାର ୫୨୨ ଆଶାକର୍ମୀ। ସେହିଭଳି ସେବା ନିବୃତ୍ତି ସହାୟତା ବାବଦରେ ୫୫ ଲକ୍ଷ ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ। ବିଭିନ୍ନ ଦାବି ନେଇ ଆଶାକର୍ମୀମାନେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣାରେ ବସିଥିଲେ। ନିଯୁକ୍ତି ସହ ୨୬ ହଜାର ଦରମା ଓ ୧୦ ହଜାର ପେନସନ୍ ମୃତ୍ୟୁକାଳୀନ ବୀମାରାଶି ଦାବିରେ ଆଶାକର୍ମୀମାନେ ଧାରଣାରେ ବସିଥିଲେ।