ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସକୁ ଘରବାହୁଡ଼ା

କଂଗ୍ରେସକୁ ଫେରିଲେ ଶ୍ରୀକାନ୍ତ ଜେନା

ନିର୍ବାଚନ ପୂର୍ବରୁ ଘର ସଜାଡୁଛି କଂଗ୍ରେସ । ରାଜ୍ୟର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ କଂଗ୍ରେସକୁ ଘରବାହୁଡ଼ା ହୋଇଛି । ଆଜି ନୂଆଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଦଳକୁ ଫେରିଛନ୍ତି । ଆଜି ବିଧିବଦ୍ଧ ଭାବେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଦଳରେ ଉତ୍ତୀୟ ଦେଇ ସ୍ୱାଗତ କରିଥିଲେ । ଶ୍ରୀକାନ୍ତ ଜେନା କହିଥିଲେ ଯେ, ଦଳ ଓ ତାଙ୍କ ମଧ୍ୟରେ ଯାହା ଭୁଲ ବୁଝାମଣା ଥିଲା ତାହା ଦୂର ହୋଇଛି । ସେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ କଥା ହୋଇଛନ୍ତି । ସେ ଛାତ୍ର ରାଜନୀତିରୁ କଂଗ୍ରେସ ସହ ଜଡ଼ିତ । ଭୁଲ୍ ବୁଝାମଣା ଯୋଗୁ କିଛିଦିନ ପାଇଁ ଦଳଠୁ ଦୂରେଇ ଯାଇଥିଲି । ସେହିପରି ଅଜୟ କୁମାର କହିଛନ୍ତି ଯେ, ଶ୍ରୀକାନ୍ତ ଜେନା ହେଉଛନ୍ତି ଓଡ଼ିଶାରେ ଜଣେ ପ୍ରଭାବଶାଳୀ ନେତା । କଂଗ୍ରେସରୁ ବହିଷ୍କୃତ ହେବାପରେ ଶ୍ରୀକାନ୍ତ ଅନ୍ୟ କୌଣସି ଦଳରେ ସାମିଲ ହୋଇନଥିଲେ । ଗତ କିଛିମାସ ଧରି ଶ୍ରୀକାନ୍ତ ପୁଣିଥରେ କଂଗ୍ରେସକୁ ଫେରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଆଜି ତାହା ସତ ପ୍ରମାଣିତ ହୋଇଛି । କଂଗ୍ରେସ ଟିକେଟରେ ବାଲେଶ୍ୱରରୁ ଲୋକସଭା ସିଟ୍ ଜିତି ଶ୍ରୀକାନ୍ତ ୟୁପିଏ ସରକାରରେ ମନ୍ତ୍ରୀ ହୋଇଥିଲେ । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୧୯ ଜାନୁୟାରୀ ୨୦ତାରିଖରେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ ।