କଟକ ପ୍ରସିଦ୍ଧ ରୁପା ତାରକସୀ କାମକୁ ମିଳିଲା GI ଟ୍ୟାଗ୍‌ ମାନ୍ୟତା

କଟକ ପ୍ରସିଦ୍ଧ ରୁପା ତାରକସୀକୁ GI ଟ୍ୟାଗ୍‌

ବିଶ୍ୱପ୍ରସିଦ୍ଧ କଟକ ରୁପା ତାରକସୀକୁ ମିଳିଲା ଜିଆଇ ଟ୍ୟାଗ୍। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା। ଏହାକୁ ନେଇ କାରିଗରଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଏହି ମାନ୍ୟତା ତାରକସୀ କାରୁକାର୍ଯ୍ୟକୁ ଏକ ନୂତନ ପରିଚୟ ଦେବ ଏବଂ ବିଶ୍ୱ ଦରବାରରେ ତାରକସୀ କାରିଗରଙ୍କ ନିଖୁଣ କାରୁକାର୍ଯ୍ୟ ପହଞ୍ଚିବ ବୋଲି ସେମାନେ ଆଶା ରଖିଛନ୍ତି। ତେବେ କଟକରେ ତାରକସୀ ହବ୍ ପ୍ରତିଷ୍ଠା କରିବା ପାଇଁ ଦାବି କରିଛନ୍ତି ଉତ୍କଳ ସ୍ୱର୍ଣ୍ଣ ରୌପ୍ୟ ଶିଳ୍ପୀ ସଂଘ ସଭାପତି। ସେପଟେ ଏହି ଜିଆଇ ମାନ୍ୟତା ଓଡ଼ିଶା ପାଇଁ ଗୌରବର ବିଷୟ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ କଟକବାସୀ ଓ ଜିଲ୍ଲା ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି।