ଆଇଏଏସ ସ୍ତରରେ ଛୋଟ ଅଦଳବଦଳ

ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ

ବଦଳିଲେ ୩ ଜିଲ୍ଲାର ଜିଲ୍ଲାପାଳ । ଆଇଏଏସ ସ୍ତରରେ ହେଲା ଛୋଟ ଅଦଳବଦଳ। ମୟୂରଭଂଜ ଜିଲ୍ଲାପାଳ ଆଶିଷ ଠାକରେ ହେଲେ ବାଲେଶ୍ୱର ଜିଲ୍ଲାପାଳ । ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଆଶିଷ ଠାକରେଙ୍କୁ ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ବିନୟ କୁମାର ଦାସଙ୍କୁ କଟକ ମହାନଗର ନିଗମ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ସରକାରଙ୍କ ଆଇଏଏସ କ୍ୟାଡରରେ ଯୁଗ୍ମ ସଚିବଙ୍କୁ ପ୍ରଦାନ କରାଯାଉଥିବା ଷ୍ଟାଟସ ଓ ଦାୟିତ୍ୱ ପରି ସମାନ କ୍ଷମତା ସିଏମସି କମିଶନରଙ୍କୁ ପ୍ରଦାନ କରାଯିବ । କଟକ ବିକାଶ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଭାବେ ଶ୍ରୀ ଦାସ ଅତିରିକ୍ତ ଦାୟିତ୍ୱରେ ରହିବେ । ସିଏମସି କମିଶନର ସହିତ ସିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି । ବାଲେଶ୍ୱର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ମୟୂରଭଞ୍ଜ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ବଦଳି କରାଯାଇଛି ।