ବିଏମସିର କଡ଼ା ଚେତାବନୀ

କାନ୍ଥବାଡ଼ରୁ ହଟିବ ଦଳୀୟ ପୋଷ୍ଟର

ମୁଣ୍ଡ ଉପରେ ନିର୍ବାଚନ। ଦଳୀୟ କାର୍ୟ୍ୟକଳାପକୁ ନେଇ ବିଏମସିର କଡ଼ା ଚେତାବନୀ। ଉଭୟ ସାଧାରଣ ଓ ବିଧାନସଭା ନିର୍ବାଚନକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଏମ୍‌ସି କମିଶନର। ତେଣୁ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଉଲ୍ଲଂଘନ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦଳୀୟ ପ୍ରଚାର ପାଇଁ ଯେଉଁ ସବୁ ପୋଷ୍ଟର ବ୍ୟାନର ଲାଗିଛି, ତାକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି। ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ନିର୍ବାଚନ କମିଶନଙ୍କ ନିୟମ ମାନି ସବୁ ଦଳର ପୋଷ୍ଟର ବ୍ୟାନର ହଟାଯିବା ସହିତ କାନ୍ଥବାଡ଼ରେ ମଧ୍ୟ ଯେଉଁ ସବୁ ସ୍ଲୋଗାନ ଲେଖାଯାଇଛି, ତାକୁ ଲିଭାଯିବ।