ପିସିସି ସଭାପତିଙ୍କ ବ୍ୟବହାର ଅତିଷ୍ଠ କରିଛି: ନବୀନ ଦାସ

ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ

ହାତ ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ। କଂଗ୍ରେସରୁ ଇସ୍ତଫା ନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ନବୀନ। ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ମଧ୍ୟ ଦଳ ଛାଡ଼ିଛନ୍ତି। ସେହିପରି ଓଡାପଡା ବ୍ଲକ ସଭାପତି ପ୍ରମୋଦ କୁମାର ନାୟକ, ଢେଙ୍କାନାଳ ଟାଉନ କଂଗ୍ରେସ ସଭାପତି ହାଇଦର ମହମ୍ମଦ, ସଦର ବ୍ଲକ କଂଗ୍ରେସ ସଭାପତି ଅଖିଳ ମୋହନ ଖୁଣ୍ଟିଆ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଏନେଇ ପୂର୍ବତନ ମନ୍ତ୍ରୀ ନବୀନ ଦାସ ଓ ପୂର୍ବତନ ଜିଲ୍ଲା ସଭାପତି ସରୋଜ ପଟ୍ଟନାୟକ ଅଲ ଇଣ୍ଡିଆ କଂଗ୍ରେସ କମିଟିର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ରାଜ୍ୟରେ ପିସିସି ସଭାପତିଙ୍କ ବ୍ୟବହାର ତାଙ୍କୁ ଅତିଷ୍ଠ କରିଛି ବୋଲି ସେ କହିଛନ୍ତି। ନବୀନ ୧୯୯୫ରୁ ୨୦୦୦ ମସିହା ଭିତରେ ତତ୍କାଳୀନ କଂଗ୍ରେସ ସରକାର ଅଧିନରେ ମନ୍ତ୍ରୀ ଥିଲେ। ୧୯୬୭ ମସିହାରୁ ସେ ରାଜନୀତିରେ ପାଦ ଥାପିଥିଲେ।