ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି ଓ ସଚିନ୍ ପାଇଲଟ୍

ରାହୁଲ ଗାନ୍ଧିଙ୍କ ପରେ ଓଡ଼ିଶା ଆସିବେ ପ୍ରିୟଙ୍କା ଓ ସଚିନ୍

ରାହୁଲ ଗାନ୍ଧିଙ୍କ ପରେ ପ୍ରିୟଙ୍କା ଓ ସଚିନ୍ ପାଇଲଟ୍ ବି ଓଡ଼ିଶା ଆସିବେ। ଆଜି ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି। ତାଙ୍କ ସହ ରାଜସ୍ଥାନ କଂଗ୍ରେସର ପୋଷ୍ଟର୍ ବୟ୍ ସଚିନ୍ ପାଇଲଟ୍ ବି ଓଡ଼ିଶା ଆସି ବିଭିନ୍ନ ଜିଲ୍ଲାରେ ପ୍ରଚାର କରିବେ। ତାସହ ପୁଣି ଥରେ ରାହୁଲ ଗାନ୍ଧିଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଏହାଛଡ଼ା କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି ରାହୁଲ ଗାନ୍ଧି। ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ବେଳେ ସୁନ୍ଦରଗଡ଼ରେ ହକି ଖେଳାଳୀଙ୍କ ସହ ଆଲୋଚନା କରିଥିଲେ। ସେହି ସମୟରେ ସୁନ୍ଦରଗଡ଼ରେ ସ୍ପେଶାଲ୍ ଏରିଆ ଗେମ୍ ସେଣ୍ଟର୍ ଓ ଅଷ୍ଟ୍ରୋ ଟର୍ଫ ପାଇଁ ଦାବିକୁ ସେ ମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।