Skip to content
Saturday, August 1, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ଶରଦ ପାୱାରଙ୍କ ଏନସିପିକୁ ବଡ଼ ଝଟକା

Posted on February 7, 2024February 7, 2024

ଅଜିତ ପାୱାର ଗୋଷ୍ଠୀ ଅସଲ ଏନସିପି

ଶରଦ ପାୱାରଙ୍କ ଏନସିପିକୁ ବଡ଼ ଝଟକା । ଅଜିତ ପାୱାର ଗୋଷ୍ଠୀକୁ ଏନସିପି କହିଲେ ନିର୍ବାଚନ କମିଶନ । ଅଜିତ ଗୋଷ୍ଠୀକୁ ଦଳୀୟ ଚିହ୍ନ ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗ । ବିଗତ କେତେ ଦିନ ଧରି ଅଜିତ ପାୱାର ଓ ଶରଦ ପାୱାରଙ୍କ ମଧ୍ୟରେ ଏନସିପି ଓ ଏହାର ଚିହ୍ନକୁ ନେଇ ବିବାଦ ଲାଗି ରହିଥିଲା । ଏହି ବିବାଦ ମଧ୍ୟରେ ହିଁ ନିର୍ବାଚନ ଆୟୋଗ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଦଳର ସମ୍ବିଧାନରେ ବର୍ଣ୍ଣିତ ଲକ୍ଷ୍ୟ ସହ ଉଦ୍ଦେଶ୍ୟ ଏବଂ ଉଭୟ ସାଙ୍ଗଠନିକ ତଥା ବିଧାନସଭାର ସଂଖ୍ୟା ଗରିଷ୍ଠତାର ମୂଲ୍ୟାଙ୍କନ ପରେ ହିଁ ଏପରି ନିଷ୍ପତ୍ତି ନିଆଯାଇଥିଲା କହିଛନ୍ତି ନିର୍ବାଚନ କମିଶନ । ଅଜିତଙ୍କ ଗୋଷ୍ଠୀ ହିଁ ଅସଲି ଏନସିପି ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ସବୁ ପ୍ରମାଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ନିଜ ବିବୃତ୍ତିରେ କହିଛନ୍ତି ନିର୍ବାଚନ ଆୟୋଗ । ଏବେ ଶରଦ ପାୱାର ଗୋଷ୍ଠୀ ନୂଆ ଚିହ୍ନ ଓ ନାଁ ପାଇଁ ଆବେଦନ କରିବେ । ଏଥିପାଇଁ ବୁଧବାର ଦିନ ୩ଟା ଯାଏଁ ସମୟ ଦିଆଯାଇଛି । ୬ ମାସରୁ ଅଧିକ ସମୟ ଧରି ଚାଲିଥିବା ଶୁଣାଣିରେ ବିବାଦ ନେଇ ୧୦ ଥର ବୈଠକ କରିଥିଲେ ନିର୍ବାଚନ କମିଶନ ।କମିଶନ କହିଛନ୍ତି, ଅଜିତ ପାୱାର ଗୋଷ୍ଠୀ ପାଖରେ ଏନସିପିର ସଙ୍ଗଠନାତ୍ମକ ବହୁମତ ରହିଛି ।

Posted in ଦେଶ, ରାଜନୀତିTagged ajit pawar, jajatiexpress, latest news, ncp, ncp logo, sarad pawar

Post navigation

Previous: ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହୋଇଛି ୟୁସିସି ବିଲ
Next: ଡାଇବେଟିସକୁ ନେଇ ଜଣା ଅଜଣା କଥା

Related Posts

  • ଦେଶ
  • ମନୋରଞ୍ଜନ

ସଂସଦ ଭବନରେ କମାଲ କରିବ ଗଦ୍ଦର ୨

  • Jajati express Reporter
  • August 25, 2023
  • 0

ନୂଆ ସଂସଦ ଭବନରେ ହେବ ଗଦ୍ଦର ୨ର ସ୍ପେଶାଲ ସ୍କ୍ରିନିଂ ସାଂସଦ ଦେଖିବେ ଗଦ୍ଦର ୨ । ତାହା ପୁଣି ନୂଆ କରି ହୋଇଥିବା ସଂସଦ ଭବନରେ । ଦେଶପ୍ରେମକୁ ନେଇ ତିଆରି ଏହି […]

  • ଦେଶ

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଉଗ୍ରବାଦୀ ଆକ୍ରମଣ

  • User 003
  • June 10, 2024
  • 0

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଆକ୍ରମଣ ଉଗ୍ରବାଦୀମାନେ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଗାଡି ଉପରକୁ ଆକ୍ରମଣ କରିଛନ୍ତି । ସୁରକ୍ଷା ବଳ ଭିତରେ ଯାଉଥିବା ଏନ ବିରେନ ସିଂ କାଙ୍ଗପୋକପି ଜିଲ୍ଲାକୁ […]

  • ଅପରାଧ
  • ଦେଶ

ସାବଧାନ ମାତିଛନ୍ତି ଟମାଟୋ ଲୁଟେରା !

  • Jajati express Reporter
  • July 10, 2023
  • 0

ଜୀବନ ନେଇଯିବ ଟମାଟୋ । ଏ କଥାଟି ଆପଣଙ୍କୁ ଟିକେ ଅଜବ ଲାଗୁଥିବ ନିଶ୍ଚୟ, କିନ୍ତୁ କଥାଟି ଆଜ୍ଞା ପୁରା ସତ। ଟମାଟୋ ପାଇଁ ଚାଲି ଯାଇଥାନ୍ତା ମହିଳାଙ୍କ ଜୀବନ। କାହିଁକି ନା ଲୁଟେରାଙ୍କ […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.