ଓଡ଼ିଶାକୁ ରେଳ ଅନୁଦାନ

ଓଡ଼ିଶାକୁ ରେଳ ବଜେଟରେ ୧୦,୫୩୬ କୋଟି

ଓଡ଼ିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ । ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ବିଗତ ୩ ବର୍ଷ ହେଲାଣି ବାର୍ଷିକ ହାରାହାରି ୧୦ ହଜାର କୋଟି ଅନୁଦାନ ଆସିଛି । ନୂଆ ପ୍ରକଳ୍ପ ପାଇଁ ନିବେଶ ହେବ ପ୍ରାୟ ୫୨ ହଜାର କୋଟି ଟଙ୍କା । ଓଡ଼ିଶାରେ ୧୦୦ ପ୍ରତିଶତ ବିଦ୍ୟୁତକରଣ ହୋଇଥିବା ରେଳମନ୍ତ୍ରୀ କହିଛନ୍ତି । ରାଜ୍ୟରେ ବାର୍ଷିକ ୪୭୩ କିଲୋମିଟର ରେଳ ଲାଇନ ହେଉଛି । ତେବେ ରାଜ୍ୟ ସରକାର ଜମି ଅଧିଗ୍ରହଣ ତ୍ୱରାନ୍ୱିତ କଲେ କାମ ଶୀଘ୍ର ହୁଅନ୍ତା ବୋଲି କହିଛନ୍ତି ରେଳମନ୍ତ୍ରୀ ।