ରାଜଧାନୀରେ ପଲିଟିକାଲ ବିବାହ

କଂଗ୍ରେସ କରାଇଲା ବିଜେଡି-ବିଜେପି ବାହାଘର

ରାଜଧାନୀରେ ପଲିଟିକାଲ ବିବାହ। କଂଗ୍ରେସ କରାଇଲା ବିଜେଡି-ବିଜେପି ବାହାଘର । ମଧୁର ସଂପର୍କ ଥିବା ଅଭିଯୋଗ କରି ଏପରି ଢଙ୍ଗରେ କଟାକ୍ଷ କରିଛି କଂଗ୍ରେସ। ଏବଂ ବିଜେଡି ସହିତ ବିଜେପିର ବାହାଘର କରାଯାଉଛି। ଏଥିପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଇଥିଲା, ବାହାଘରର ତାରିଖ, ଲଗ୍ନ ମଧ୍ୟ ଏହି କାର୍ଡରେ ଉଲ୍ଲେଖ କରାଯାଇଥିଲା । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବେଦୀ କରାଯାଇ ବାହାଘର କରାଯାଇଥିଲା ।

କଂଗ୍ରେସ କହିଛି, ୨୫ ବର୍ଷ ହେଲା ଏକାଠି ରହୁଛନ୍ତି ବିଜେପି ଓ ବିଜେଡି। ତେଣୁ ଏବେ ବାହାଘରର ସମୟ ଆସିଛି। ତେଣୁ ଉଭୟଙ୍କ ବାହାଘର କରାଯାଉଛି। ପୂର୍ବରୁ ମଧ୍ୟ ଅନେକ ଥର କଂଗ୍ରେସ ନେତାମାନେ କେନ୍ଦ୍ରରେ ବିଜେଡି-ବିଜେପିର ମଧୁର ସମ୍ପର୍କ ନେଇ ଅଭିଯୋଗ କରିଛନ୍ତି। ନିକଟରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର କେନ୍ଦ୍ରରେ କୋଳାକୋଳି ସ୍ଥିତି ନେଇ କଟାକ୍ଷ କରିଥିଲେ। କିନ୍ତୁ ଆଜି କଂଗ୍ରେସ ଏକ ନିଆରା ଢ଼ଙ୍ଗରେ ପ୍ରତିବାଦ କରିଛି । ବେଦୀରେ ବ୍ରାହ୍ମଣ ବିବାହ ମନ୍ତ୍ର ପାଠ କରୁଛନ୍ତି ଆଉ ଅନ୍ୟପଟେ ବାଜା ବାଜୁଛି । ବିବାହ କାର୍ଡରେ ଲେଖାଯାଇଛି ବିଜେଡି ୱେଡ୍ସ ବିଡେପି ।