୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସିଲା ଭୋଟର ତାଲିକା

୨୦୨୪ରେ ଭୋଟ୍ ଦେବେ ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର

୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସିଲା ଭୋଟର ତାଲିକା । ଏଥର ଯୋଡି ହୋଇଛନ୍ତି ୧୨ ଲକ୍ଷ ୯୭ ହଜାର ୯୫୪ ନୂଆ ଭୋଟର । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଭୋଟର ଆସନ୍ତା ନିର୍ବାଚନରେ ନିଜ ପସନ୍ଦ ନେତା ବାଛିବେ । ପ୍ରେସମିଟ୍‌ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ନିକୁଞ୍ଜ ବିହାରୀ ଧଳ କହିଛନ୍ତି ୧୮ରୁ ୧୯ ବର୍ଷର ଭୋଟରଙ୍କ ସଂଖ୍ୟା ୭ଲକ୍ଷ ୫୪ ହଜାର ୯୪୬ ଜଣ । ମୋଟ ଭୋଟରଙ୍କ ମଧ୍ୟରୁ ୧ କୋଟି ୬୮ ଲକ୍ଷ ୫୧ହଜାର ପୁରୁଷ ଭୋଟର ଥିବା ବେଳେ ୧ କୋଟି ୬୩ ଲକ୍ଷ ୮୨ ହଜାର ମହିଳା ଭୋଟର ରହିଛନ୍ତି । ମହିଳା ଭୋଟରଙ୍କ ସଂଖ୍ୟା ବଢ଼ିଛି, ହଜାରେ ପୁରୁଷରେ ୯୭୨ ମହିଳା ।