କରୋନା ସଂକ୍ରମଣରେ ଲାଗୁନି ରୋକ

କେରଳରେ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଦେଶରେ ଲାଗୁନି କରୋନା ସଂକ୍ରମଣରେ ରୋକ । ୨୪ଘଂଟାରେ ୬୨୮ ରୋଗୀଚିହ୍ନଟ ସହ ଜଣଙ୍କ ମୃତ୍ୟୁ ଚିନ୍ତାକୁ ବଢ଼ାଉଛି । ୧୭ ରାଜ୍ୟ ମଧ୍ୟର କେରଳ ଓ କର୍ଣ୍ଣାଟକରେ ସବୁଠୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଆଶ୍ୱସ୍ତିକର ଖବର ହେଉଛି କି ସୁସ୍ଥ ହାର ୯୮.୯୧% ରହିଛି । ସ୍ୱାସ୍ଥ୍ୟ ବିଶେଷଜ୍ଞ ସତର୍କ ଏବଂ ସଜାଗ ରହିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଡିସେମ୍ବର ୨ୟ ସପ୍ତାହରେ କେରଳରୁ କରୋନାର ନୂଆ ଭାଇରସ ଜେଏନ ଡଟ ୱାନ ଭୁତାଣୁରେ ପ୍ରଥମ ସଂକ୍ରମିତ ଚିହ୍ନଟ ହେବା ଖବର ଯେତିକି ଭୟ ବଢାଇଥିଲା ଏବେ ତାଠୁ ବେଶ ଅଧିକ ଚିନ୍ତା ବଢ଼ାଇଛି ଏହାର ଦ୍ରୁତ ସଂକ୍ରମଣ । ଯେଉଁଠି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହୁଥିଲା କିଛି ଦିନ ଭିତରେ ଏହା ୪ହଜାର ପାର କରିଛି ।