ରାଉରକେଲାରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା

ହଇଜାରେ ଗଲାଣି ୧୩ ଜୀବନ

ରାଉରକେଲାରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୧୩ ବୋଲି ସୂଚନା ମିଳିଛି । ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ମିଳିଛି । ଆର୍ ଜିଏଚ୍‌ରେ ୩, ଅନ୍ୟ ଏକ ହସ୍ପିଟାଲରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ବ୍ୟକ୍ତିଙ୍କର ଘରେ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ଏପଟେ ଆଜି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ରାଉରକେଲାରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ୨ରୁ ୩ ଦିନ ମଧ୍ୟରେ ସ୍ଥିତି ନିୟନ୍ତ୍ରଣ ହୋଇଯିବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ସ୍ମାର୍ଟସିଟି ରାଉରକେଲାରେ ମାଡ଼ୁଛି ହଇଜା । ହଇଜାରେ ଏପର୍ଯ୍ୟନ୍ତ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ହଇଜାରେ ୬ଜଣଙ୍କର ମୃତ୍ୟୁ ହୋଇଛି । ତେବେ ୧୪ଶହରୁ ଅଧିକ ଆକ୍ରାନ୍ତ ହେଲେଣି । ଏପଟେ ରାଉରକେଲାରେ ହଇଜା ସଂକ୍ରମଣର ସ୍ଥିତି ଅନୁଧ୍ୟାନ ପାଇଁ ଆଜି ରାଉରକେଲା ଯାଉଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଓ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର।