ଇତିହାସ ରଚିଲା IPL ନିଲାମୀ, ପାଟ୍ କମିନ୍ସ ସବୁଠୁ ଦାମୀ
ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହେଲେ ପାଟ୍ କମିନ୍ସ । ପାଟ୍ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣିଲା ସନ ରାଇଜର୍ସ ହାଇଦ୍ରାବାଦ । ଆଇପିଏଲ ଇତିହାସରେ ଏତେ ଟଙ୍କାରେ କୌଣସି ଖେଳାଳି ବିକ୍ରି ହୋଇ ନଥିବାବେଳେ ପ୍ରଥମ ଖେଳାଳିଭାବେ ୨୦ କୋଟି ୫୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଛନ୍ତି । ସେପଟେ ଆଇପିଏଲ ନିଲାମୀ ଚାଲିଥିବାବେଳେ ସାର୍ଦ୍ଦୁଲ ଠାକୁରଙ୍କୁ ୪ କୋଟି ଟଙ୍କାରେ ଚେନ୍ନାଇ ସୁପର କିଙ୍ଗସ କିଣିଛି । ନ୍ୟୁଜିଲାଣ୍ଡର ଦକ୍ଷ ଅଲରାଉଣ୍ଡର ରାଚିନ ରବିନ୍ଦ୍ରଙ୍କୁ ମଧ୍ୟ ଚେନ୍ନାଇ ସୁପର କିଙ୍ଗ୍ସ କିଣିଥିବାବେଳେ ୧ କୋଟି ୮୦ ଲକ୍ଷ ଟଙ୍କାରେ ସେ କିଣି ହୋଇଛନ୍ତି । ସେହିପରି ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ ଟ୍ରାଭିସ ହେଡଙ୍କୁ ୬ କୋଟି ଟଙ୍କାରେ ହାଇଦ୍ରବାଦ କିଣିଛି । ଓ୍ବାନିନ୍ଦୁ ହସରଙ୍ଗାଙ୍କୁ ମଧ୍ୟ ସନ ରାଇଜର୍ସ କିଣିଥିବାବେଳେ ତାଙ୍କ ପ୍ରାଇସ ରହିଛି ୧.୫ କୋଟି । ହ୍ୟାରି ବ୍ରୁକଙ୍କୁ ୪ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ ।