୫ ବର୍ଷରେ ପାଠପଢା ଛାଡିଛନ୍ତି ୧୩ ହଜାର ପଛୁଆ ବର୍ଗ ଛାତ୍ରଛାତ୍ରୀ

୫ ବର୍ଷରେ ପାଠପଢା ଛାଡିଛନ୍ତି ୧୩ ହଜାର ଛାତ୍ରଛାତ୍ରୀ

୫ ବର୍ଷରେ ପାଠପଢା ଛାଡିଛନ୍ତି ୧୩ ହଜାର ପଛୁଆ ବର୍ଗ ଛାତ୍ରଛାତ୍ରୀ । ସେ ପୁଣି ଆଇଆଇଟି, ଆଇଆଇଏମରୁ। ଲୋକସଭାରେ ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା ରାଜ୍ୟମନ୍ତ୍ରୀ ସୁଭାଷ ସରକାର । ବିଏସପି ସାଂସଦ ରିତେଣ ପାଣ୍ଡେଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସୁଭାଷ ସରକାର ଏଭଳି କହିଛନ୍ତି । ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି, ଗତ ୫ ବର୍ଷ ମଧ୍ୟରେ ଆଇଆଇଟି, ଆଇଆଇଏମରୁ ଓବିସି ବର୍ଗର ୪୫୯୬, ଏସସି ବର୍ଗର ୨୪୨୪ ଓ ଏସଟି ବର୍ଗର ୨୬୨୨ ଜଣ ଛାତ୍ର ଛାତ୍ରୀ ଅଧାରୁ ପାଠ ଛାଡି ପଳାଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଆଇଆଇଟିରେ ଓବିସି ବର୍ଗର ୨୦୬୬, ଏସସି ବର୍ଗର ୧୦୬୮ ଓ ଏସଟି ବର୍ଗର ୪୦୮ ଜଣ ଛାତ୍ରଛାତ୍ରୀ ପାଠ ପଢା ଛାଡି ପଳାଇଛନ୍ତି । ସେହିଭଳି ଆଇଆଇଏମରେ କ୍ରମଶଃ ୧୬୩,୧୮୮ ଓ ୯୧ ଛାତ୍ର ଛାତ୍ରୀ ପାଠ ପଢା ଛାଡି ପଳାଇଛନ୍ତି । ସଂରକ୍ଷିତ ବର୍ଗର ମୋଟ ୧୩,୬୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ଦୁଇଟି ଇନଷ୍ଟିଚ୍ୟୁଟରୁ ପାଠ ଛାଡି ପଳାଇଛନ୍ତି । ଏନେଇ ସରକାର ତାଙ୍କ ସଫେଇରେ କହିଛନ୍ତି କି ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଖରେ ଅନେକ ବିକଳ୍ପ ଥାଏ । ସେମାନେ ଗୋଟିଏ ସଂସ୍ଥାରୁ ଅନ୍ୟ ସଂସ୍ଥାକୁ ନିଜର ବିକଳ୍ପ ଭାବେ ଚୟନ କରିଥାନ୍ତି ।