ଆସୁଛି ବଡ଼ ଲଘୁଚାପ !

ବଙ୍ଗୋପସାଗରେ ଦାନାବାନ୍ଧୁଛି ଲଘୁଚାପ !

ରାଜ୍ୟରେ ହେବାକୁ ଯାଉଛି ପାଣିପାଗରେ ଏକ ବିଶେଷ ପରିବର୍ତ୍ତନ । ଆସୁଛି ଏକ ବଡ ବର୍ଷା । ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ । ସୂଚନା ଅନୁସାରେ ଆସନ୍ତା ୧୩ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ସମୟରେ ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପନେବାର ସମ୍ଭାବନା ରହିଛି । ଫଳରେ ୧୬ତାରିଖରୁ ରାଜ୍ୟରେ ବର୍ଷା ହେବ । ତେବେ ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଓଡିଶାରେ ବର୍ଷା ହେବା ସମ୍ଭାବନା ରହିଛି । ଯାହାକୁ ନେଇ ସୂଚନା ରଖିଛି ପାଣିପାଗ ବିଭାଗ । ଏପଟେ ରାଜ୍ୟରେ ଶୀତ ପ୍ରଭାବରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ତାପମାତ୍ରା ଆହୁରି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।